ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା

Spread the love

ଭୁବନେଶ୍ଵର,୦୪/୦୩:ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା  ।  ୬ ତାରିଖରେ CISF KRTC, ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରଗୃହ ମନ୍ତ୍ରୀ ।   ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପ୍ରସ୍ତୁତି ଆରମ୍ଭ ।  ଗାଇଡ ଲାଇନ୍ ଅନୁଯାୟୀ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି ।  ରୁଟ ଲାଇନକୁ ମିଶାଇ, ମୋଟ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।  ଏହି ଅଞ୍ଚଳକୁ ଡ୍ରୋନ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ଡିସିପି କହିଛନ୍ତି ।  ଟ୍ରାଫିକ ଆଡଭାଜରି ମଧ୍ୟ ଜାରି କରାଯାଇଛି ।  ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।


Spread the love

Leave A Reply

Your email address will not be published.