ବଢୁଛି ଦିନ ତାପମାତ୍ରା, ଦୈତ୍ୟନଗରୀ ରେ ୪୦ ଡିଗ୍ରୀ ହୋଇପାରେ ତାପମାତ୍ରା

Spread the love

ଭୁବନେଶ୍ଵର,୦୪/୦୩:ସମଗ୍ର ରାଜ୍ୟରେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେବା ସତ୍ୱେ ଗରମ ଜାରି ରହିବ ।  କଟକରେ ଦିନ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରା ୨୦ରୁ ୨୩ ଡିଗ୍ରୀ ମଧ୍ୟରେ ରହିପାରେ ।  ସେହିପରି ରାଜଧାନୀ ଭୁବନେଶ୍ବରରେ ଦିନ ତାପମାତ୍ରା କ୍ରମେ ବୃଦ୍ଧି ପାଇ ୩୬ରୁ ୩୯ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।  ରାତି ତାପମାତ୍ରା ୨୧ରୁ ୨୪ ଡିଗ୍ରୀ ମଧ୍ୟରେ ରହିବ ।

ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିଅସ୍ ଏବଂ ରାଉରକେଲାରେ ସର୍ବନିମ୍ନ ୧୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି।  ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଓ ସର୍ବନିମ୍ନ ୧୯.୨ ଡିଗ୍ରୀ ସେଲସିଅସ୍ ରହିଥିବାବେଳେ କଟକରେ ୩୪.୮ ଓ ୧୮ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି ।


Spread the love

Leave A Reply

Your email address will not be published.