୧୬ରେ ଭୋଟ୍ ,ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ

Spread the love

ଭୁବନେଶ୍ବର,୫/୦୩:ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଥିବାରୁ ଓ ଆଜି ଶେଷ ଦିନ ହୋଇଥିବାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ । ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇ ସାରିଛି ।

ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ବିଜେଡିରୁ ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଛି କିନ୍ତୁ ଫେବ୍ରୁଆରୀ ୨୬ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏପର୍ୟ୍ୟନ୍ତ କେହି ନାମାଙ୍କନ ଦାଖଲ ନାହାନ୍ତି ।ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ କାଲି ସମସ୍ତେ ନାମାଙ୍କନ ଦାଖଲ କରିବେ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍ ।


Spread the love

Leave A Reply

Your email address will not be published.