କଟକ,୦୫/୦୩:ବହୁ ଚର୍ଚ୍ଚିତ OTET ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ମୋଟ ୮ ଜଣଙ୍କୁ ମିଳିଲା ଜାମିନ। ସର୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା, ଦେଶ ଛାଡ଼ି ନଯିବା, ବୋର୍ଡ ପକ୍ଷରୁ ନିହାର ରଞ୍ଜନ ମହାନ୍ତି ଓ ଜିତନ୍ ମହାରଣାଙ୍କୁ କୌଣସି Assignment ନଦେବା ଭଳି ସର୍ତ୍ତ ରଖିଲେ ହାଇକୋର୍ଟ। ନିହାର ରଞ୍ଜନ ମହାନ୍ତି, ଜିତନ ମହାରଣା, ରାମଜୀ ପ୍ରସାଦ ଗୁପ୍ତା, ବିଜୟ କୁମାର ମିଶ୍ର, ଜୟନ୍ତ ରାଉତ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ଖମାରୀ, ସନାତନ ବିଷୋୟୀଙ୍କୁ ମିଳିଛି ଏହି ଜାମିନ।
ଗତବର୍ଷ ଜୁଲାଇ ୨୦ ତାରିଖରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏବଂ ପରୀକ୍ଷାକୁ ବାତିଲ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଜଣଙ୍କ ପରେ ଜଣଙ୍କୁ ଗିରଫ କରିଥିଲା । ଅଗଷ୍ଟ ୩ ତାରିଖରେ ଏହି ଘଟଣାରେ ବୋର୍ଡର ତତ୍କାଳୀନ ଉପ ସଭାପତି ନିହାର ମହାନ୍ତି ଗିରଫ ହୋଇଥିଲେ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲରେ ଥିଲେ । ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ଏବଂ ପରବର୍ତ୍ତୀ ସମ୍ବରର ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ।
Next Post