ମୁଣ୍ଡଳି CISF ଅଭିମୁଖେ ଅମିତ ଶାହ

Spread the love

ଭୁବନେଶ୍ୱର ୦୬/୦୩: ଭୁବନେଶ୍ୱରରେ ଅମିତ ଶାହ । ସ୍ବତନ୍ତ୍ର ବାୟୁସେନା ବିମାନରେ ଆସି ପହଞ୍ଚିଲେ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି କଟକ ମୁଣ୍ଡଳି CISF ଅଭିମୁଖେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ।ପରେ ପାରାଦୀପରେ IFFCO ସଲଫରିକ୍ ଏସିଡ୍ ଫ୍ଲାଣ୍ଟର କରିବେ ଉଦଘାଟନ। ପରେ ଭୁବନେଶ୍ବର ଉପକଣ୍ଠ ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ।

ସେହିପରି ଆଜିଠାରୁ ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆୟୋଜିତ ହେଉଛି। ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ଆସନ୍ତା ୭ରୁ ୧୦ ତାରିଖ ପଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ପ୍ରଦର୍ଶନୀ ଖୋଲା ରହିବ। ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ୮୮୯.୩୧ କୋଟି ଟଙ୍କା ବ୍ୟୟରେ ୫ଟି ବଡ଼ ପ୍ରକଳ୍ପର ଉଦଘାଟନ କରିବେ ଶାହ।


Spread the love

Leave A Reply

Your email address will not be published.