ଭୁବନେଶ୍ଵର,୦୭/୦୩:କମିବ ତାତି,ଆସନ୍ତାକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ। ଉତ୍ତର ପଶ୍ଚିମ ଓଡ଼ିଶା ଓ ସଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।କାଳବୈଶାଖୀ ପ୍ରଭାବରେ ଆସନ୍ତା ତିନି ଦିନ ରାଜ୍ୟରେ ଝଡ଼ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ରହିଛି ।
ଆସନ୍ତାକାଲି ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛି। ୩୦ ରୁ ୪୦ କିମି ବେଗରେ ପବନ ବହିପାରେ। ।