ମହିଳାଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି

Spread the love

ଭୁବନେଶ୍ଵର,୦୭/୦୩:ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ପାଇଁ ବଡ଼ ଖବର ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, କାଲି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀମାନଙ୍କ ଖାତାକୁ ଜମା ହେବ। ଏହା ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ମହିଳା ଆର୍ଥିକ ସହାୟତା ପାଇବେ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଥର କୋଟିଏ ୨ ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାର ଟଙ୍କା ପାଇବେ। ଏହି ପର୍ଯ୍ୟାୟରେ ସରକାର ପକ୍ଷରୁ ୫ ହଜାର କୋଟି ଟଙ୍କାରୁ ଅଧିକ ରାଶି ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯିବ। ଏଥିସହ ଏଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇ ଟଙ୍କା ପାଇବେ। ସୁଭଦ୍ରା ଯୋଜନାର ହିତାଧିକାରୀ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା। ଅର୍ଥାତ୍‌, ଯୋଗ୍ୟ ମହିଳାମାନେ ସମୟ ସମୟରେ ଏହି ତାଲିକାରେ ସାମିଲ ହେବେ। ଯେଉଁ ମହିଳାଙ୍କ ବୟସ ୨୧ ବର୍ଷ ପୂରଣ ହେବ, ସେମାନେ ସୁଭଦ୍ରା ଯୋଜନାରେ ଯୋଗ ଦେଇପାରିବେ। ଅନ୍ୟପଟେ, ୬୦ ବର୍ଷ ଉର୍ଦ୍ଧ୍ବ ହେଲେ ସେମାନେ ପେନସନ୍‌ ତାଲିକାକୁ ସ୍ଥାନାନ୍ତର ହେବେ।

ସରକାରଙ୍କ ଏହି ଯୋଜନା ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି। ଚତୁର୍ଥ କିସ୍ତି ଟଙ୍କା ମିଳିବା ନେଇ ରାଜ୍ୟର ହିତାଧିକାରୀ ମହିଳାମାନଙ୍କ ମଧ୍ୟରେ ଆନନ୍ଦର ମାହୋଲ।


Spread the love

Leave A Reply

Your email address will not be published.