Cyber Fraud: ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ

Spread the love

ଭୁବନେଶ୍ଵର,୦୯/୦୩:ଅନଲାଇନରେ ଲେଣଦେଣ କରୁଛନ୍ତି କି ହୋଇ ଯାଆନ୍ତୁ ସବାଧାନ  । ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ (Cyber Fraud)। ବିଧାନସଭାରୁ ଆସିଲା ଆଖି ତରାଟିଦେବା ଭଳି ତଥ୍ୟ। ଦୁଇ ବର୍ଷରେ ୭୧୧ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଲେଣି ସାଇବର ଠକ । 

Also Read : ଆହୁରି ୨୪ ଘଣ୍ଟା ଆହୁରି ବର୍ଷିବ ,ବିଜୁଳି ଓ ଘଡ଼ଘଡ଼ି ପାଇଁ ସତର୍କତା

ବିଧାନସଭା ର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮  ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥି ମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ୍ୟ ୮୭ ହଜାର ୨୬୮ ଟଙ୍କା ରିକୋଭାରୀ ହେଇଛି ।ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି ସାଇବର ଠକ । ଯାହା ଭିତରୁ ଫେରି ପାରିଛି ମାତ୍ର  ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା।


Spread the love

Leave A Reply

Your email address will not be published.