ଭୁବନେଶ୍ଵର,୦୯/୦୩: ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ।CMGI ସୂଚନା ଅନୁଯାୟୀ,ମାର୍ଚ୍ଚ ଦୁଇ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ନିମନ୍ତେ, ରାଜ୍ୟ ସରକାର ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ କୋହଳ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବର୍ଗର କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ସଂପତ୍ତି ତାଲିକା କୁ HRMS ର ଅନ୍ଲାଇନ୍ ପୋର୍ଟାଲ୍ ରେ ପୂର୍ବରୁ ଜାନୁଆରୀ ପହିଲାରୁ ଜାନୁୟାରୀ ୩୧ ର ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସର୍ବ ଭାରତୀୟ ସେବା ବର୍ଗ( ଯଥାକି IAS, IPS ଏବଂ IFS) ର ଅଧିକାରୀ ବୃନ୍ଦ ସେମାନଙ୍କ ବାର୍ଷିକ ଅଚଳ/ସ୍ଥାବର ସମ୍ପତି ତାଲିକା କୁ SPARROW ର ଅନ୍ଲାଇନ୍ ପୋର୍ଟାଲ୍ ରେ ଦାଖଲ କରିଥାନ୍ତି । ଏହି ନିୟମାବଳୀ ଅନୁଯାୟୀ ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀ ଦାଖଲ କୁ ପଦୋନ୍ନତି ନିମନ୍ତେ ଅନିବାର୍ଯ୍ୟ କରାଯାଇଥାଏ।
Next Post