ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ,ବାଲେଶ୍ଵର ଓ ଖୋର୍ଦ୍ଧାରେ ସର୍ବାଧିକ ସାମ୍ପ୍ରଦାୟିକ ହିଂସା

Spread the love

ଭୁବନେଶ୍ଵର,୧୦/୦୩:ରାଜ୍ୟରେ ଗତ ୨୦ ମାସ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଓ ଭିଡ଼ ହତ୍ୟା ସମ୍ପର୍କିତ ମୋଟ ୫୪ଟି ମାମଲା ସାମ୍ନାକୁ ଆସିଥିବା ସାଂଘାତିକ ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ସାମ୍ପ୍ରଦାୟିକ ହିଂସା ଓ ଭିଡ଼ ହତ୍ୟା ଘଟଣା ରେକର୍ଡ ହୋଇଛି। ଏଥିରେ ପ୍ରଧାନତଃ ଭଦ୍ରକ,ଦେଓଗଡ଼, ଢେ଼ଙ୍କାନାଳ ,ମାଲକାନାଗିରି,ବାଲେଶ୍ଵର,ରାୟଗଡ଼ା,କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ଏହି ପ୍ରକାର ଘଟଣା ସାମ୍ନାକୁ ଆସିଛି।

ତଥ୍ୟ ଅନୁସାରେ, ସର୍ବାଧିକ ସାମ୍ପ୍ରଦାୟିକ ହିଂସା ଓ ଭିଡ଼ ହତ୍ୟା ଘଟଣା ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ହୋଇଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଅବଗତ କରାଇଛନ୍ତି।
ଏହି ସାଂଘାତିକ ତଥ୍ୟ ପ୍ରକାଶ ପାଇବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଓ ସାମ୍ପ୍ରଦାୟିକ ସମ୍ମିଳନକୁ ନେଇ ଆଲୋଚନା ତୀବ୍ର ହୋଇଛି। ସରକାର ପକ୍ଷରୁ ଏପରି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ନିଆଯାଉଥିବା ବୋଲି ମଧ୍ୟ ସୂଚନା ଦିଆଯାଇଛି।


Spread the love

Leave A Reply

Your email address will not be published.