କଟକ : ମୁଥୁଟ୍ ପାପ୍ପାଚନ ଗ୍ରୁପ୍ (Muthoot Blue) ର ବହୁମୂଲ୍ୟ ଧାତୁ ବିଭାଗ ମୁଥୁଟ୍ ଏକ୍ସିମ୍ (ପି) ଲିମିଟେଡ୍, କଟକରେ ଏହାର ନୂତନ ଗୋଲ୍ଡ ପଏଂଟ କେନ୍ଦ୍ରର ଭବ୍ୟ ଉଦ୍ଘାଟନ କରିଛି । ଏହା ଭାରତରେ ଏହାର ୯୨ତମ ଶାଖା ଏବଂ ଓଡ଼ିଶାରେ ୨ୟ ଶାଖା ଅଟେ । ଏହି ନୂତନ ଶାଖା ମଙ୍ଗଳାବାଗ, ନୂଆପାଟଣା ରୋଡ୍ ସ୍ଥିତ ୟୁନିଅନ ବ୍ୟାଙ୍କ ଏଟିଏମ ନିକଟରେ, ମୁଥୁଟ୍ ଗୋଲ୍ଡ ପଏଂଟ, ଗ୍ରାଉଣ୍ଡ ଫ୍ଲୋରରେ ଅବସ୍ଥିତ ରହିଛି । ନୂତନ ଗୋଲ୍ଡ ପଏଂଟ କେନ୍ଦ୍ରର ଲକ୍ଷ୍ୟ ହେଉଛି କଟକ ଏବଂ ଏହାର ଆଖପାଖ ଅଂଚଳର ଗ୍ରାହକମାନଙ୍କ ପାଇଁ ସ୍ୱଚ୍ଛ, ବୈଜ୍ଞାନିକ ଏବଂ ଦାୟିତ୍ୱବାନ ସୁନା ରିସାଇକ୍ଲିଂକୁ ଅଧିକ ସହଜ କରିବା । କଟକ ଗୋଲ୍ଡ ପଏଂଟ କେନ୍ଦ୍ର ଗ୍ରାହକମାନଙ୍କୁ ସେମାନଙ୍କର ପୁରୁଣା ଏବଂ ବ୍ୟବହୃତ ସୁନାକୁ ଏକ ନିରାପଦ ଏବଂ ଭରସାଯୋଗ୍ୟ ଢଙ୍ଗରେ ବିକ୍ରି କରିବାକୁ ଅନୁମତି ଦେବ । ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସୁନା ପାଇଁ ତୁରନ୍ତ ନଗଦ ଅର୍ଥ ପ୍ରଦାନ କରାଯାଉଥିବାବେଳେ, ଅଧିକ ପରିମାଣର ଅର୍ଥ ଆଇଏମପିଏସ, ଏନଇଏଫଟି କିମ୍ବା ଆରଟିଜିଏସ ମାଧ୍ୟମରେ ପ୍ରଦାନ କରାଯାଇଥାଏ, ଯାହା ଏକ ସୁଗମ, ସୁରକ୍ଷିତ ଏବଂ ଅସୁବିଧାମୁକ୍ତ କାରବାର ଅଭିଜ୍ଞତା ସୁନିଶ୍ଚିତ କରେ ।
Also Read : ଆସସ ପକ୍ଷରୁ ଭୁବନେଶ୍ୱରରେ ଏକ୍ସକ୍ଲୁସିଭ ଷ୍ଟୋର୍ର ଶୁଭାରମ୍ଭ
ଏହି ସମ୍ପ୍ରସାରଣ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ମୁଥୁଟ୍ ପାପ୍ପାଚନ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଥୁଟ୍ ଏକ୍ସିମ୍ର ପରିଚାଳନା ନିର୍ଦ୍ଦେଶକ ଥୋମାସ୍ ମୁଥୁଟ୍ କହିଛନ୍ତି ଯେ,“ଆମେ ଓଡ଼ିଶାର କଟକରେ ୯୨ ତମ ମୁଥୁଟ୍ ଗୋଲ୍ଡ ପଏଂଟ ସେଂଟର ଉନ୍ମୋଚନ କରି ଆନନ୍ଦିତ । ମୁଥୁଟ୍ ଏକ୍ସିମରେ, ଆମେ ଗ୍ରାହକମାନଙ୍କୁ ସେମାନଙ୍କ ସୁନାର ପ୍ରକୃତ ମୂଲ୍ୟ ବୁଝିବାରେ ସାହାଯ୍ୟ କରିବା ଉପରେ ଧ୍ୟାନ ଦେବା ଜାରି ରଖିଛୁ, ଯାହା ଏକ ଦାୟିତ୍ୱପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ପୁନଃଚକ୍ରଣ ପ୍ରକ୍ରିୟାକୁ ସମର୍ଥନ କରିବା ସହିତ ଉଦ୍ଦିଷ୍ଟ ।” ସେହିଭଳି ମୁଥୁଟ୍ ଏକ୍ସିମ୍ର ସିଇଓ କେୟୁର ଶାହା କହିଛନ୍ତି ଯେ, “ଆମର କଟକ ଗୋଲ୍ଡ ପଏଂଟ ସେଂଟରର ଉଦ୍ଘାଟନ ଓଡ଼ିଶା ସାରା ସଂଗଠିତ ସୁନା ପୁନଃଚକ୍ରଣକୁ ବିସ୍ତାର କରିବା ଦିଗରେ ଆମ ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ । ଏହି ସୁବିଧା ମାଧ୍ୟମରେ, ଆମେ ନିଷ୍କ୍ରିୟ ସୁନାକୁ ଆର୍ôଥକ ମୂଲ୍ୟରେ ପରିଣତ କରିବା ପାଇଁ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ବୈଜ୍ଞାନିକ ପ୍ଲାଟଫର୍ମ ଯୋଗାଇବାକୁ ଲକ୍ଷ୍ୟ ।” ମୁଥୁଟ୍ ଏକ୍ସିମ୍ ପ୍ରାଇଭେଟ୍ ଲିମିଟେଡ୍ (ଏମଇପିଏଲ୍) ମୂଲ୍ୟବାନ ଧାତୁ ବଜାରରେ ନୂତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଭାରତରେ ଏକ ସୁନା ପୁନଃଚକ୍ରଣ କେନ୍ଦ୍ର ଆରମ୍ଭ କରିବାରେ ପ୍ରଥମ ସଂଗଠିତ ସଂସ୍ଥା ଭାବରେ, ଏମଇପିଏଲ୍ଶିଳ୍ପରେ ନିରନ୍ତର ମାନଦଣ୍ଡ ସ୍ଥାପନ କରିଛି ।
Also Read : NSE ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ