ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ,ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ଵର,୧୦/୦୩:ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କୋଏମ୍ବାଟୁରରୁ ଧାନବାଦ୍‌ ପର୍ଯ୍ୟନ୍ତ ଚାଲିବା ପାଇଁ ଏକ ନୂଆ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏହି ଟ୍ରେନ୍ ଚାଲୁ ହେଲେ ଓଡ଼ିଶାର ଅନେକ ଅଞ୍ଚଳରେ ଯାତାୟାତ ସୁବିଧା ବଢ଼ିବା ସହିତ ଅନ୍ୟ ରାଜ୍ୟ ସହ ଯୋଗାଯୋଗ ମଧ୍ୟ ସୁଦୃଢ଼ ହେବ।ଏହି ପଦକ୍ଷେପକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ନୂଆ ଟ୍ରେନ୍ ଓଡ଼ିଶା, ତାମିଲନାଡୁ ଓ ଝାଡ଼ଖଣ୍ଡ ମଧ୍ୟରେ ରେଳ ସଂଯୋଗକୁ ଆହୁରି ମଜବୁତ କରିବ।

Also Read : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
କୋଏମ୍ବାଟୁର–ଧାନବାଦ୍ ଅମୃତ ଭାରତ ଟ୍ରେନ୍ ଓଡ଼ିଶାର ମୋଟ ୯ଟି ଷ୍ଟେସନ ଦେଇ ଯାତ୍ରା କରିବ। ସେଗୁଡିକ ହେଲା ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗିର, ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା ଏବଂ ରାଉରକେଲା। ଏହି ରୁଟ୍‌ ମାଧ୍ୟମରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ସିଧାସଳଖ ରେଳ ସୁବିଧା ପାଇବ।ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଏହି ଟ୍ରେନ୍ ଚାଲୁ ହେବାରୁ ବହୁତ ଲାଭାନ୍ବିତ ହେବେ। ଦୂରସ୍ଥ ଅଞ୍ଚଳର ଲୋକମାନେ ଏବେ ତାମିଲନାଡୁ ଓ ଝାଡ଼ଖଣ୍ଡକୁ ଯିବା ପାଇଁ ସହଜ ଓ ସୁବିଧାଜନକ ରେଳ ଯାତ୍ରା କରିପାରିବେ।


Spread the love

Leave A Reply

Your email address will not be published.