ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର

Spread the love

ନୂଆଦିଲ୍ଲୀ,୧୧/୦୩:ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ହୃଦୟ ସମ୍ପର୍କିତ ଅପରେସନ୍ ସଫଳଭାବେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଏ.କେ. ବିଶୋଇଙ୍କ ନେତୃତ୍ୱରେ ଡାକ୍ତରମାନଙ୍କ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୩ ତାରିଖରେ ହଠାତ୍ ମନ୍ତ୍ରୀ ସୁରେଶ ପୂଜାରୀ ଛାତିରେ ଭୟଙ୍କର ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତୁରନ୍ତ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ଓ ତାଙ୍କର ସ୍ୱାସ୍ଥ୍ୟ ସ୍ଥିତି ନିରୀକ୍ଷଣ କରୁଥିଲେ।ତଥାପି ଅଧିକ ଉନ୍ନତ ଚିକିତ୍ସା ପାଇଁ ମାର୍ଚ୍ଚ ୫ ତାରିଖରେ ସୁରେଶ ପୂଜାରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ବିସ୍ତୃତ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ କରୋନାରୀ ଆର୍ଟେରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ଡିଜିଜ୍‌ରେ ପୀଡିତ ଥିଲେ। ଏହା ପରେ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ଅପରେସନ୍ ସଫଳ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ଥିବା ବେଳେ କିଛି ଦିନ ବିଶ୍ରାମ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।


Spread the love

Leave A Reply

Your email address will not be published.