ଭୁବନେଶ୍ଵର,୧୧/୦୩: ଓଡ଼ିଶାରେ ମାଂସ ଓ ଅଣ୍ଡା ଉପରେ ଲୋକଙ୍କ ଚାହିଦା ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ପଶୁସମ୍ପଦ ଓ ପଶୁଚିକିତ୍ସା ସେବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଭାବେ ଏହି ତଥ୍ୟ ଦେଇଛନ୍ତି।
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରତିଦିନ ବହୁ ପରିମାଣରେ ମାଂସ ଓ ଅଣ୍ଡାର ଆବଶ୍ୟକତା ରହୁଛି। ରାଜ୍ୟବାସୀଙ୍କ ଚାହିଦା ପୂରଣ ପାଇଁ ଦିନକୁ ହାରାହାରି ୦.୩୪ ହଜାର ମେଟ୍ରିକ ଟନ୍ ଖାସି ମାଂସ ଆବଶ୍ୟକ ପଡ଼ୁଛି। ସେହିପରି ୦.୮୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ ମଧ୍ୟ ରାଜ୍ୟରେ ଦିନକୁ ଆବଶ୍ୟକ ହେଉଛି।
ଏହା ସହ ଅଣ୍ଡାର ଚାହିଦା ମଧ୍ୟ ରାଜ୍ୟରେ ବହୁତ ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶାରେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଉପଲବ୍ଧ ଥିବା ସୂଚନା ମନ୍ତ୍ରୀ ଦେଇଛନ୍ତି।
ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ମାଂସ ଓ ଅଣ୍ଡା ପ୍ରତି ଲୋକଙ୍କ ଆକର୍ଷଣ ଓ ଚାହିଦା ଲଗାତାର ବଢ଼ୁଛି। ଏହି ବୃଦ୍ଧିଶୀଳ ଚାହିଦାକୁ ଦୃଷ୍ଟିରେ ରଖି ପଶୁପାଳନ ଓ କୁକୁଡ଼ା ପାଳନକୁ ଆହୁରି ପ୍ରୋତ୍ସାହନ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।
Next Post