ଆଣ୍ଡାମାନ ଯାଉଛି ଓଡ଼ିଶା ବାଲି

Spread the love

ଭୁବନେଶ୍ଵର,୧୨/୦୩:ଓଡ଼ିଶାରୁ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବାଲି ରପ୍ତାନୀ ହେଉଥିବା ବିଷୟରେ ରାଜ୍ୟ ବିଧାନସଭାରେ ଖଣି ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର କିଛି ଜିଲ୍ଲାରୁ ବହୁ ପରିମାଣରେ ବାଲି ବାହାର ଅଞ୍ଚଳକୁ ପଠାଯାଉଛି।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଆଣ୍ଡାମାନ ଓ ନିକୋବର ଦ୍ବୀପକୁ ଓଡ଼ିଶାର ଚାରିଟି ଜିଲ୍ଲାରୁ ବାଲି ରପ୍ତାନୀ କରାଯାଉଛି। କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ସମୁଦ୍ର ମାର୍ଗରେ ଆଣ୍ଡାମାନ ଦ୍ବୀପପୁଞ୍ଜକୁ ବାଲି ପଠାଯାଉଛି।ଏହା ସହ ଗଜପତି ଓ ରାୟଗଡ଼ା ଜିଲ୍ଲାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ କୁ ବି ବାଲି ରପ୍ତାନୀ ହେଉଥିବା ତଥ୍ୟ ଦିଆଯାଇଛି।ସେହିପରି ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ମଧ୍ୟ ବାଲି ପଠାଯାଉଛି। ନିର୍ମାଣ କାମରେ ବ୍ୟବହାର ପାଇଁ ଏହି ବାଲି ବାହାର ଅଞ୍ଚଳକୁ ଚାହିଦା ଅନୁଯାୟୀ ଯାଉଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଏହି ବାଲି ରପ୍ତାନୀ କାର୍ଯ୍ୟ ଚାଲିଛି। ଏହା ଫଳରେ ରାଜ୍ୟର ଖଣିଜ ସମ୍ପଦରୁ ସରକାରୀ ଆୟ ବୃଦ୍ଧି ପାଉଛି।


Spread the love

Leave A Reply

Your email address will not be published.