ଏନଏସଇ ଆଇପିଓ ପାଇଁ ମଧ୍ୟସ୍ଥି ଚୟନ ପ୍ରକ୍ରିୟା ଶେଷ ଏବଂ ନିଯୁକ୍ତ ହେଲେ ୨୦ ମର୍ଚ୍ଚାଣ୍ଟ ବ୍ୟାଙ୍କର

Spread the love

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ମର୍ଚ୍ଚାଂଟ ବ୍ୟାଙ୍କର, ଲ’ ଫାର୍ମ ଓ ଅନ୍ୟ ମଧ୍ୟସ୍ଥିମାନଙ୍କ ଚୟନ ପ୍ରକ୍ରିୟା ଆଜି ଶେଷ କରିଛି । ଏହି ଚୟନ ପ୍ରକ୍ରିୟା ଏନଏସଇର ଆଇପିଓ କମିଟି ଦ୍ୱାରା ଅନୁମୋଦିତ ଢାଂଚା ଓ ମୂଲ୍ୟାୟନ ପଦ୍ଧତି ଅନୁଯାୟୀ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହାକୁ ଏକ ସରଂଚିତ, ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ୟମରେ ପରିଚାଳନା କରାଯାଇଛି । ଏହି ପ୍ରକ୍ରିୟାରେ ୨୦ଟି ମର୍ଚ୍ଚାଂଟ ବ୍ୟାଙ୍କର ଯେପରିକି କୋଟାକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନୀ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ, ଓସୱାଲ ଇନଭେଷ୍ଟମେଂଟ ଆଡ୍‌ଭାଇଜର୍ସ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଏସବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡ, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ ଲିଃ, ଏଚଡିଏଫସି ବ୍ୟାଙ୍କ ଲିମିଟେଡ, ଆଭେଣ୍ଡସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ, ମୋର୍‌ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନୀ ପ୍ରାଇଭେଟ ଲିଃ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟ୍‌ସ ଇଣ୍ଡିଆ ପ୍ରା.ଲିଃ, ଜେ.ପି. ମୋର୍ଗାନ ଇଣ୍ଡିଆ ପ୍ରା.ଲିଃ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଲ ମାର୍କେଟ୍‌ସ (ଇଣ୍ଡିଆ) ପ୍ରା.ଲିଃ, ଆଇଡିବିଆଇ କ୍ୟାପିଟାଲ ମାର୍କେଟ୍‌ସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ, ୩୬୦ ୱାନ ୱାମ ଲିମିଟେଡ, ଆନନ୍ଦ ରାଠି ଆଡ୍‌ଭାଇଜର୍ସ ଲିମିଟେଡ, ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ, ପାଂଟୋମାଥ୍ କ୍ୟାପିଟାଲ ଆଡ୍‌ଭାଇଜର୍ସ ପ୍ରା.ଲିଃ ଓ ଇକ୍ୱିରସ କ୍ୟାପିଟାଲ ପ୍ରା.ଲିଃ ଆଦି ଚୟନ ହୋଇଛନ୍ତି ।

ସେହିପରି ଚୟନ ହୋଇଥିବା ୮ଟି ଲ’ ଫାର୍ମରେ ସିରିଲ, ଅମରଚନ୍ଦ ମଙ୍ଗଳଦାସ, ଖୈତାନ ଆଣ୍ଡ କୋ, ଲାଥମ୍ ଆଣ୍ଡ ୱାଟକିନ୍‌ସ ଏଲଏଲପି, ସିଡ୍‌ଲେ ଅଷ୍ଟିନ ସିଙ୍ଗାପୋର ପିଟିଇ.ଲିଃ, ଏଜେଡବି ଆଣ୍ଡ ପାର୍ଟନର୍ସ, ଏସଆଣ୍ଡଆର ଆସୋସିଏଟ୍‌ସ, ସାର୍ଦୁଳ ଅମରଚନ୍ଦ ମଙ୍ଗଳଦାସ ଆଣ୍ଡ କୋ ଓ ଟ୍ରିଲିଗାଲ ସାମିଲ ରହିଛି । ଚୟନ କରାଯାଇଥିବା ମଧ୍ୟସ୍ଥିଙ୍କ ମଧ୍ୟରେ ଏମୟୁଏଫଜି ଇନ୍‌ଟିମେଟ ଇଣ୍ଡିଆ ପ୍ରା.ଲିଃ, ମକରନ୍ଦ ଏମ ଯୋଶି ଆଣ୍ଡ କମ୍ପାନୀ, ମାନିଆନ ଆଣ୍ଡ ରାଓ, ଆରବିଏସଏ ଆଡ୍‌ଭାଇଜର୍ସ, କନ୍‌ସେପ୍ଟ କମ୍ୟୁନିକେଶନ ଲିଃ ଓ ରେଡ୍‌ସିଅର ଷ୍ଟ୍ରାଟେଜି କନ୍‌ସଲ୍‌ଟାଂଟସ ପ୍ରା.ଲିଃ ଆଦି ରହିଛି । ଚୟନ ହୋଇଥିବା ମଧ୍ୟସ୍ଥିମାନେ ପ୍ରଯୁଜ୍ୟ ଆଇନ ଓ ନିୟମାବଳୀ ଅନୁସାରେ ପ୍ରସ୍ତାବିତ ଆଇପିଓର ବିଭିନ୍ନ ଦିଗ ଉପରେ ଏନଏସଇକୁ ସହଯୋଗ କରିବେ ଯେଉଁଥିରେ ରେଗୁଲେଟୋରୀ ଫାଇଲିଂ, ଡକ୍ୟୁମେଂଟେଶନ, ମାର୍କେଟିଂ ଓ ଏଗ୍‌ଜିକ୍ୟୁଶନ, ଉପଯୁକ୍ତ ପ୍ରୟାସ ଅନ୍ତର୍ଭୁକ୍ତ ଅଛି ।


Spread the love

Leave A Reply

Your email address will not be published.