ଭତ୍ତା ଅପେକ୍ଷାରେ ୬ ଲକ୍ଷ୍ୟ ବ୍ୟକ୍ତି

Spread the love

ଭୁବନେଶ୍ଵର,୧୩/୦୩:ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇବା ଅପେକ୍ଷାରେ ଆବେଦନକାରୀ।ବିଧାନସଭାରେ ମିଳିଥିବା ତଥ୍ୟ ଅନୁସାରେ ମୋଟ ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଏପର୍ଯ୍ୟନ୍ତ ଭତ୍ତା ପାଇଁ ଅପେକ୍ଷାରେ ଅଛନ୍ତି।ଏଥିରେ ୮୦ ବର୍ଷରୁ ଅଧିକ ବୟସ୍କ ୩୬୯୨ ଜଣ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିବା ୫୯୮୧ ଜଣ ମଧ୍ୟ ସହାୟତା ଅପେକ୍ଷାରେ ରହିଛନ୍ତି।

ଜିଲ୍ଲା ଭିତ୍ତିକ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତ୍ତା ପାଇଁ ପାଳିରେ ଥିବା ବେଳେ, କଟକ ଜିଲ୍ଲାରେ ସର୍ବାଧିକ ୫୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଏହି ଯୋଜନାର ଲାଭ ପାଇଁ ଅପେକ୍ଷା କରୁଛନ୍ତି।ବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ଏହି ଯୋଜନା ଜୀବନଜୀବିକାର ମୁଖ୍ୟ ଆଧାର ହୋଇଥିବାରୁ ଶୀଘ୍ର ଭତ୍ତା ବିତରଣ ପାଇଁ ସରକାରଙ୍କୁ ଦାବି ବଢ଼ିବାର ସମ୍ଭାବନା ରହିଛି।


Spread the love

Leave A Reply

Your email address will not be published.