ମାର୍ଚ ୧୭ ଏବଂ ୧୮ ତାରଖରେ କଟକରେ ହେବାକୁ ଯାଉଛି ଟେକ୍ସ ଅରା ଏକ୍ସପୋ

Spread the love

କଟକ: ଆସନ୍ତା ୧୭ ଓ ୧୮ ମାର୍ଚ୍ଚ ୨୦୨୬ ତାରିଖରେ କଟକର ୱିଣ୍ଡସର ପ୍ୟାଲେସ୍‌, ସେକ୍ଟର–୬, ସିଡିଏରେ ଟେକ୍ସ ଅରା ଏକ୍ସପୋ ୨୦୨୬ ଆୟୋଜିତ ହେବାକୁ ଯାଉଛି। ଦୁଇଦିନିଆ ଏହି ପ୍ରଦର୍ଶନୀରେ ଭାରତର ପ୍ରମୁଖ ଟେକ୍ସଟାଇଲ୍ ହବ୍ ସୁରତର ୧୪ଟି ପ୍ରମୁଖ ନିର୍ମାତା ସଂସ୍ଥା ତାଙ୍କର ନୂତନ ଓ ଆକର୍ଷଣୀୟ ପୋଷାକ ସଂଗ୍ରହ ପ୍ରଦର୍ଶନ କରିବେ। ଓଡ଼ିଶାର ବିଭିନ୍ନ ଅଂଚଳ ସହିତ ପାଖପାଖି ରାଜ୍ୟର ଖୁଦ୍ର ବ୍ୟବସାୟୀ, ବୁଟିକ୍ ମାଲିକ ଓ ପୋଷାକ ବ୍ୟବସାୟୀମାନେ ଏହି ଏକ୍ସପୋରେ ନିର୍ମାତାଙ୍କ ଠାରୁ ପଦାର୍ଥ କ୍ରୟ କରିବାର ସୁଯୋଗ ପାଇବେ। ଏହି ପ୍ରଦର୍ଶନୀରେ ଶାଢୀ, ଡିଜାଇନର୍ ଡ୍ରେସ୍ ମେଟେରିଆଲ୍‌, କୁର୍ତି, ଏଥିନିକ୍ ପୋଷାକ ଓ ରେଡି-ଟୁ-ୱେୟାର ଗାର୍ମେଂଟସ୍ ସହ ବିଭିନ୍ନ ପ୍ରକାରର ନୂତନ ଓ ଟ୍ରେଣ୍ଡି କଲେକ୍ସନ୍ ପ୍ରଦର୍ଶିତ ହେବ। ଆସନ୍ତା ପର୍ବପର୍ବାଣୀ ଓ ବିବାହ ଋତୁକୁ ଲକ୍ଷ୍ୟ କରି ନୂତନ ଫ୍ୟାସନ୍ କଲେକ୍ସନ୍ ମଧ୍ୟ ଏଠାରେ ଲଂଚ ହେବ।
ଟେକ୍ସ ଅରା ଏକ୍ସପୋ ୨୦୨୬ ସୁରତର ପୋଷାକ ଶିଳ୍ପକୁ ଓଡ଼ିଶାର ବୃଦ୍ଧିଶୀଳ ଖୁଦ୍ର ବଜାର ସହିତ ଯୋଡ଼ିବା ପାଇଁ ଏକ ଶକ୍ତିଶାଳୀ ବ୍ୟବସାୟ ମଂଚ ସୃଷ୍ଟି କରିବାକୁ ଉଦ୍ଦିଶ୍ୟ ରଖିଛି। କଟକ, ଭୁବନେଶ୍ୱର ସହିତ ରାଜ୍ୟର ଅନ୍ୟାନ୍ୟ ସହରରୁ ଅନେକ ଫ୍ୟାସନ୍ ବ୍ୟବସାୟୀ ଓ ଟ୍ରେଡ୍ ବାୟରର୍ସମାନେ ଏଥିରେ ଯୋଗଦେବେ ବୋଲି ଆଶା କରାଯାଉଛି, ଯାହା ନୂତନ ବ୍ୟବସାୟିକ ସମ୍ପର୍କ ଓ କଲେକ୍ସନ୍ ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ସୋର୍ସିଂ ଗନ୍ତବ୍ୟ ଭାବେ ପରିଣତ ହେବ।


Spread the love

Leave A Reply

Your email address will not be published.