ରାଜ୍ୟସଭା ଭୋଟ୍‌ ପୂର୍ବରୁ ବିଜେଡିରେ କ୍ରସ୍‌ ଭୋଟିଂ ଭୟ 

Spread the love

ଭୁବନେଶ୍ଵର,୧୫/୦୩:ରାଜ୍ୟସଭା ନିର୍ବାଚନକୁ ନେଇ ତୀବ୍ର ହୋଇଛି ରାଜନୈତିକ ଚର୍ଚ୍ଚା।ବିଜେଡି ଶିବିରରେ କ୍ରସ୍‌ ଭୋଟିଂ ଆଶଙ୍କା ଦେଖାଦେଇଥିବା ବେଳେ, ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ।ସୂଚନା ଅନୁଯାୟୀ, ଆସନ୍ତା କାଲି ଭୋଟିଂ ଥିବାରୁ ଆଜିର ରାତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ଏହି ପରିସ୍ଥିତିରେ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

ମଧ୍ୟାହ୍ନ ଭୋଜନରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ନବୀନ ନିବାସ ଭିତରେ ହୋଇଛି। ଏପରିକି ବିଧାୟକମାନଙ୍କ ରାତିରେ ରହିବା ଓ ଶୋଇବା ପାଇଁ ବି ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।ଦଳୀୟ ଏକତା ରକ୍ଷା କରିବା ଓ ଭୋଟିଂ ସମୟରେ କୌଣସି ଅପ୍ରତ୍ୟାଶିତ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହାକୁ ବିଜେଡିର ରଣନୀତିକ ପଦକ୍ଷେପ ଭାବେ ଦେଖାଯାଉଛି।


Spread the love

Leave A Reply

Your email address will not be published.