ଅଙ୍କ କସା ସରିଛି, ଏବେ କେବଳ ଅପେକ୍ଷା ଆସନ୍ତାକାଲିକୁ : ସୁଜିତ୍ କୁମାର

Spread the love

ପାରାଦ୍ଵୀପ,୧୫/୦୩:ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଉତ୍ସାହ ବଢ଼ୁଥିବା ବେଳେ ପ୍ରାର୍ଥୀ ସୁଜିତ୍ କୁମାର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “ଅଙ୍କ କସା ସରିଛି, ଏବେ କେବଳ ଅପେକ୍ଷା କରନ୍ତୁ କାଲି କି” । ଏହି କଥା ମାଧ୍ୟମରେ ସେ ନିଜ ବିଜୟ ପ୍ରତି ଆଶାବାଦୀ ଥିବା ସନ୍ଦେଶ ଦେଇଛନ୍ତି।

ସୁଜିତ୍ କୁମାର କହିଛନ୍ତି ଯେ, ଦଳ ଭିତରେ ବିଭିନ୍ନ ବିଧାୟକମାନଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଛି । ପ୍ରତ୍ୟେକ ବିଧାୟକ ନିଜ ନିଜ ବିଧାନସଭା କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ, ଲୋକଙ୍କ ଆବଶ୍ୟକତା ଓ ଅଭିଜ୍ଞତା ସମ୍ପର୍କରେ ମତ ରଖିଛନ୍ତି ।
ସେ କହିଛନ୍ତି ଯେ, ଏହି ନିର୍ବାଚନ କେବଳ ରାଜନୈତିକ ନୁହେଁ, ବରଂ ରାଜ୍ୟର ସମଗ୍ର ବିକାଶ ଯୋଜନାକୁ ଆଗକୁ ବଢ଼ାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟ ଦଳୀୟ ସଭାପତି ମନମୋହନ ସାମଲ ପୂର୍ବରୁ କହିସାରିଛନ୍ତି ଯେ, ଦଳର ତିନିଜଣ ପ୍ରାର୍ଥୀ ନିଶ୍ଚିତ ଭାବେ ବିଜୟ ଲାଭ କରିବେ । ଏହି କଥାକୁ ସମର୍ଥନ କରି ସୁଜିତ୍ କୁମାର ମଧ୍ୟ ନିଜ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।ସେ ଆହୁରି କହିଛନ୍ତି ଯେ, ଦଳୀୟ ଏକତା ଓ ବିଧାୟକମାନଙ୍କ ସମର୍ଥନ ଦୃଷ୍ଟିରୁ ଫଳାଫଳ ଦଳ ପକ୍ଷରେ ଯିବ ବୋଲି ସେ ଆଶା କରୁଛନ୍ତି ।ଏବେ ସମସ୍ତଙ୍କ ଦୃଷ୍ଟି ଭୋଟିଂ ଓ ଫଳାଫଳ ଘୋଷଣା ଉପରେ ରହିଛି । ରାଜନୈତିକ ମହଳରେ ମଧ୍ୟ ଏହି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି ।


Spread the love

Leave A Reply

Your email address will not be published.