ଏଲପିଜି ଗ୍ୟାସ ସଙ୍କଟର ପ୍ରଭାବ: ହୋଟେଲରୁ ଚା’ ଦୋକାନ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି

Spread the love

ଭୁବନେଶ୍ଵର,୧୫/୦୩:ରାଜ୍ୟର ବିଭିନ୍ନ ସ୍ଥାନରେ ଏଲପିଜି ଗ୍ୟାସ ସିଲିଣ୍ଡର ଅଭାବ ଓ ଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଦୈନିକ ଜୀବନ ଉପରେ ପ୍ରଭାବ ପକାଉଛି ।ହୋଟେଲ, ରେଷ୍ଟୁରାଣ୍ଟ, ରାସ୍ତାକଡ଼ର ଜଳଖିଆ ଓ ଚା’ ଦୋକାନ ସବୁଠି ଖାଦ୍ୟ ପଦାର୍ଥର ଦର ବଢ଼ିବାରୁ ଗ୍ରାହକମାନେ ଅସୁବିଧା ଭୋଗୁଛନ୍ତି ।

ଚା’ ଓ କଫିର ଦର ବୃଦ୍ଧି:
ଗ୍ୟାସ ଅଭାବ ହେତୁ ଚା’ ଦୋକାନୀମାନେ ଦୋକାନ ଆଗରେ ନୋଟିସ୍‌ ଲଗାଇ ମୂଲ୍ୟ ବୃଦ୍ଧି ବିଷୟରେ ସୂଚନା ଦେଇଛନ୍ତି । ଗୋଟିଏ କପ୍‌ ଚା’ ପିଛା ୩ରୁ ୫ ଟଙ୍କା ପର୍ଯ୍ୟନ୍ତ ଦର ବଢ଼ାଯାଇଛି । ପୂର୍ବରୁ ୧୨ ଟଙ୍କା ଥିବା ଚା’ ବର୍ତ୍ତମାନ ୧୫ ଟଙ୍କାକୁ ପହଞ୍ଚିଛି । ସେହିପରି କଫିର ମୂଲ୍ୟ ମଧ୍ୟ ୧୫–୧୭ ଟଙ୍କାରୁ ବଢ଼ି ୨୦ ଟଙ୍କା ହୋଇଛି ।ଦୋକାନୀମାନଙ୍କ କହିବା ଅନୁସାରେ ସମୟରେ ଗ୍ୟାସ ମିଳୁନଥିବାରୁ ବାଧ୍ୟହୋଇ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି ।

ଜଳଖିଆ ଓ ମିଲ୍‌ ଦରରେ ବୃଦ୍ଧି:
ହୋଟେଲମାନେ ମଧ୍ୟ ଗ୍ୟାସ ଦର ବୃଦ୍ଧିର ଚାପକୁ ଭୋଗୁଛନ୍ତି । ତେଣୁ ଖାଇବା ମିଲ୍‌ର ମୂଲ୍ୟ ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି । କେତେକ ହୋଟେଲ ମେନ୍ୟୁକୁ ସୀମିତ କରିଦେଇଛନ୍ତି, ଯାହା ଫଳରେ ଗ୍ରାହକମାନଙ୍କ ପସନ୍ଦର ଖାଦ୍ୟ ସବୁବେଳେ ମିଳୁନାହିଁ । ରାସ୍ତାକଡ଼ର ଜଳଖିଆ ଦୋକାନୀମାନେ ମଧ୍ୟ ପ୍ଲେଟ୍‌ ପିଛା ଦର ବଢ଼ାଇଛନ୍ତି ।ଯଦି ଗ୍ୟାସ ସଙ୍କଟ ଏଭଳି ଚାଲିଥାଏ, ତେବେ ଛୋଟ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ କରିବାକୁ ପଡ଼ିପାରେ ବୋଲି ମାଲିକମାନେ ଚିନ୍ତା ପ୍ରକାଶ କରିଛନ୍ତି ।


Spread the love

Leave A Reply

Your email address will not be published.