ଓଡ଼ିଶାରେ ଆଜି ଠାରୁ ପୁଣି କାଳବୈଶାଖୀ ବର୍ଷା!

Spread the love

ଭୁବନେଶ୍ଵର,୧୫/୦୩:ଆଜିଠୁ ବଦଳିବ ପାଗ । ୨୦ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା।ଅଭ୍ୟନ୍ତରୀଣ, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡ଼ିଶାରେ ବିଶେଷ ବଡ଼ ବର୍ଷାର ସମ୍ଭାବନା ନାହିଁ ।ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ,ବାଲେଶ୍ଵର,କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା।ଏହି ୪ ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ହଳଦିଆ ଚେତାବନୀ।ତେବେ ଆସନ୍ତାକାଲି ଠୁ ବଢିବ ରାଜ୍ୟରେ ବର୍ଷାର ପରିମାଣ ।କିନ୍ତୁ ଭୁବନେଶ୍ୱର କଟକରେ ବର୍ତ୍ତମାନ ପାଇଁ କୌଣସି ବଡ଼ ବର୍ଷା ଚେତାବନୀ ନାହିଁ ।




Spread the love

Leave A Reply

Your email address will not be published.