ନୂଆଦିଲ୍ଲୀ,୧୫/୦୩:ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଆଜି ପ୍ରେସ୍ମିଟ୍ରେ ଏହି ସୂଚନା ଦେଇଛନ୍ତି ।
ନିର୍ବାଚନ କମିଶନ ପକ୍ଷରୁ ଘୋଷିତ ତାରିଖ ଅନୁସାରେ ଆସାମ ଓ କେରଳରେ ଏପ୍ରିଲ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ସେହିପରି ପଣ୍ଡିଚେରୀରେ ମଧ୍ୟ ଏହି ଦିନ ନିର୍ବାଚନ ହେବ ।ଏହା ସହିତ ତାମିଲନାଡ଼ୁ ରେ ଏପ୍ରିଲ ୨୩ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ତେବେ ପଶ୍ଚିମବଙ୍ଗରେ ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୩ ଓ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ରେ ହେବ ।ଏହି ନିର୍ବାଚନରେ ପ୍ରାୟ ୧୭ ଦଶମିକ ୪ କୋଟି ଭୋଟର ଭାଗ ନେବେ । ମୋଟ ୮୨୪ଟି ବିଧାନସଭା ଆସନ ପାଇଁ ଭୋଟ ହେବ ।
ମେ ୪ ତାରିଖରେ ଭୋଟ ଗଣନା ହେବ ଓ ସେହିଦିନେ ସମସ୍ତ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ପ୍ରକ୍ରିୟାକୁ ନିଷ୍ପକ୍ଷ ଓ ଶାନ୍ତିପୂର୍ଣ୍ଣ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Prev Post