କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ବୁକ୍ ଆୱାର୍ଡସ୍ ୨୦୨୬: ମନୋନୀତ ହେଲା ଶ୍ରେଷ୍ଠ ପୁସ୍ତକ ତାଲିକା

Spread the love

ଭୁବନେଶ୍ୱର: କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ପକ୍ଷରୁ ୨୦୨୫ରେ ସାହିତ୍ୟ ବର୍ଗରେ ପ୍ରକାଶିତ ହୋଇଥିବା ଉଲ୍ଲେଖନୀୟ ପୁସ୍ତକଗୁଡିକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଆଜି ଔପଚାରିକ ଭାବେ କେଏଲଏଫ ବୁକ୍ ଆୱାର୍ଡସ ୨୦୨୬ ର ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ପ୍ରତିଷ୍ଠିତ ଲେଖକ ଏବଂ ଫିକ୍ସନ, ନନ୍‌-ଫିକ୍ସନ, କବିତା, ଅନୁବାଦ, ଡେବ୍ୟୁ ଓ ଶିଶୁ ସାହିତ୍ୟ ବର୍ଗରେ ପରିବ୍ୟାପ୍ତ ଆକର୍ଷଣୀୟ ଶୀର୍ଷକଗୁଡିକର ଏକ ପ୍ରଭାବଶାଳୀ ଶୃଙ୍ଖଳା ଅନ୍ତର୍ଭୁକ୍ତ ରହିଛି । ସେଗୁଡିକ ମଧ୍ୟରେ ଉଲ୍ଲେଖନୀୟ ଶୀର୍ଷଗଗୁଡିକରେ ଅରୁନ୍ଧତୀ ରୟଙ୍କ ମଦର ମ୍ୟାରୀ କମ୍‌ସ ଟୁ ମି, ପଙ୍କଜ ମିଶ୍ରଙ୍କ ଦ ୱାର୍ଲ୍ଡ ଆଫ୍ଟର ଗାଜା, ଶ୍ରୀନାଥ ରାଘବନଙ୍କ ଇନ୍ଦିରା ଗାନ୍ଧୀ ଆଣ୍ଡ ଦ ଇୟର୍ସ ଦ୍ୟାଟ ଟ୍ରାନ୍ସଫର୍ମଡ ଇଣ୍ଡିଆ, ଆନନ୍ଦ ତେଲ୍‌ତୁମ୍ବଡେଙ୍କ ଦ ସେଲ ଆଣ୍ଡ ଦ ସୋଲ, ଅନୁରାଧା ରୟଙ୍କ କଲ୍‌ଡ ବାଏ ଦ ହିଲ୍‌ସ, କିରନ ଦେସାଇଙ୍କ ଦ ଲୋନ୍‌ଲିନେସ ଅଫ୍ ସୋନିଆ ଆଣ୍ଡ ସନି, ଜିତ୍ ଥ୍ୟାଲି୍‌ଙ୍କ ଦ ଏଲ୍‌ସହ୍ୱେୟାରିଆନସ୍‌, ରାହୁଲ ଭଟ୍ଟାଚାର୍ଯ୍ୟଙ୍କ ରେଲ୍‌ସଙ୍ଗ, କାବେରୀ ନାମ୍ବିସାନଙ୍କ ରାଇଜିଙ୍ଗ ସନ୍‌ସ ଓ ରୁଚିର ଯୋଶିଙ୍କ ଗ୍ରେଟ ଇଷ୍ଟର୍ଣ୍ଣ ହୋଟେଲ ଏବଂ କିଛି ଲୋକପ୍ରିୟ ଅନୁବାଦ ଅନ୍ତର୍ଭୁକ୍ତ ରହିଛି ।

କେଏଲ୍‌ଏଫ ବୁକ୍ ଆୱାର୍ଡସ ୨୦୨୬ ପାଇଁ ସର୍ଟଲିଷ୍ଟ ଏପ୍ରିଲ ୨୦୨୬ର ୨ୟ ସପ୍ତାହରେ ଘୋଷଣା କରାଯିବ । ସେହିପରି ବିଜେତାଙ୍କୁ ଆସନ୍ତା ମେ’ ୯ ତାରିଖ ୨୦୨୬ରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ହାବିଟାଟ ସେଂଟରଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଇନ୍ଦ୍ରପ୍ରସ୍ଥର ଉଦ୍ଘାଟନୀ ସମାରୋହରେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ଦେଶର ବହୁ ପ୍ରତିଷ୍ଠିତ ଲେଖକ, ପ୍ରକାଶକ, ବିଦ୍ୱାନ ଓ ସାହିତ୍ୟପ୍ରେମୀମାନେ ଏକତ୍ରିତ ହେବାର ସମ୍ଭାବନା ରହିଛି । ଏହି ଅବସରରେ କେଏଲଏଫର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡା କହିଛନ୍ତି, “କେଏଲଏଫ ବୁକ ଆୱାର୍ଡସ ପୁସ୍ତକର ସ୍ଥାୟୀ ଶକ୍ତି ଏବଂ ଆମର ସାଂସ୍କୃତିକ ଓ ବୌଦ୍ଧିତ ପରିକଳ୍ପନାକୁ ରୂପ ଦେଉଥିବା ପୁସ୍ତକ ଓ ସ୍ୱରଗୁଡିକୁ ପାଳନ କରୁଛି । ଉଲ୍ଲେଖନୀୟ ସାହିତ୍ୟିକ କୃତିଗୁଡିକୁ ସ୍ୱୀକୃତି ପ୍ରଦାନ କରି ଆମେ ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରୁଥିବା, ସାର୍ଥକ ଆଲୋଚନାକୁ ପ୍ରୋତ୍ସାହିତ କରୁଥିବା ଏବଂ ଗର୍ବର ସହିତ ସାହିତ୍ୟର ଚିରସ୍ଥାୟୀ ବିରାସତକୁ ଆଗକୁ ନେଉଥିବା ଲେଖକମାନଙ୍କୁ ସମ୍ମାନିତ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”


Spread the love

Leave A Reply

Your email address will not be published.