ବିଜେବି କଲେଜ ହଷ୍ଟେଲରେ ଗୋଷ୍ଠୀ ସଂଘର୍ଷ,୨୫ରୁ ଊର୍ଦ୍ଧ୍ବ ଆହତ

Spread the love

ଭୁବନେଶ୍ୱର,୧୮/୦୩:ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ।ଅଶୋକ ହଷ୍ଟେଲ ଏବଂ ଆମ୍ବେଦକର ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ହଷ୍ଟେଲରେ ଆୟୋଜିତ ହୋଇଥିବା ଫେୟାରୱେଲ୍ ଫଙ୍କସନ୍ ସମୟରେ ମ୍ୟୁଜିକ୍ ବନ୍ଦ କରାଯିବାକୁ ନେଇ ପ୍ରଥମେ କଥାକାଟାକାଟି ଆରମ୍ଭ ହୋଇଥିଲା।ପରେ ଏହା ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଭୟଙ୍କର  ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।ଦୁଇ ପକ୍ଷରୁ ବୋତଲ, ଠେଙ୍ଗା ଓ ପଥର ମାଡ଼ ହେବା ସହିତ ହଷ୍ଟେଲ ପରିସର ପୂରାପୂରି ଯୁଦ୍ଧ ମଇଦାନର ଦୃଶ୍ୟ ନେଇଥିଲା।ପ୍ରାୟ ଘଣ୍ଟାଏ ଧରି ଏହି ପଥରମାଡ଼ ଚାଲିଥିବାରୁ ଅନେକ ଛାତ୍ର ଆହତ ହୋଇଥିଲେ।ଗୋଷ୍ଠୀ ସଂଘର୍ଷରେ 25ରୁ ଅଧିକ ଛାତ୍ର ଆହତ ହୋଇଥିବା ଖବର ମିଳିଥିବା ବେଳେ ଆହତମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଛି।ଘଟଣା ପରେ ପୋଲିସ ହଷ୍ଟେଲ କ୍ୟାମ୍ପସକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ଏବେ ସମଗ୍ର ହଷ୍ଟେଲ ପରିସରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି।


Spread the love

Leave A Reply

Your email address will not be published.