ରାଜ୍ୟସଭା ଭୋଟ୍‌ରେ କ୍ରସ୍‌ ଭୋଟିଂ ଅଭିଯୋଗ ,ବିଜେଡିର ୬ ବିଧାୟକଙ୍କୁ ଶୋ-କଜ୍‌ ନୋଟିସ୍‌

Spread the love

ଭୁବନେଶ୍ୱର,୧୮/୦୩: ରାଜ୍ୟସଭା ନିର୍ବାଚନ ପରେ ଓଡ଼ିଶା ରାଜନୀତିରେ ଜୋର ଚର୍ଚ୍ଚା। କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ କଂଗ୍ରେସ ପରେ ଏବେ ବିଜୁ ଜନତା ଦଳ ମଧ୍ୟ ଆରମ୍ଭ କରିଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।ଦଳ ପକ୍ଷରୁ ଗତକାଲି ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍‌ରେ ଆସନ୍ତା ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସ୍ପଷ୍ଟିକରଣ ଦେବାକୁ କୁହାଯାଇଛି।

ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ଏହି ନୋଟିସ୍‌ ଜାରି ହୋଇଛି।

ଦଳର ଅଭିଯୋଗ ଅନୁଯାୟୀ, ଉକ୍ତ ବିଧାୟକମାନେ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶକୁ ଉଲଂଘନ କରି କ୍ରସ୍‌ ଭୋଟିଂ କରିଛନ୍ତି। ଏହା ଦଳୀୟ ଶୃଙ୍ଖଳାଭଙ୍ଗ ବୋଲି ମନାଯାଇଛି।ସ୍ପଷ୍ଟିକରଣ ପାଇଁ ଦିଆଯାଇଥିବା ସମୟସୀମା ମଧ୍ୟରେ ଉତ୍ତର ନମିଳିଲେ ଦଳ ପକ୍ଷରୁ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଆହୁରି କଡ଼ା ହେବାର ସଙ୍କେତ ମିଳିଛି।


Spread the love

Leave A Reply

Your email address will not be published.