ଭୁବନେଶ୍ୱର,୧୯/୦୩:ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ଇରାଶିଷ ଆଚାର୍ଯ୍ୟ । ବିଜୁ – ନବୀନ ଫାଉଣ୍ଡେସନ କଥାକୁ ଲୁଚାଇବା ପାଇଁ ଏଭଳି ମିଛ ସୁଆଙ୍ଗ କରୁଛନ୍ତି ବିରୋଧୀ । ବିଜେଡ଼ି ଓ କଂଗ୍ରେସର ବିଧାନସଭା ଚଳାଇ ଦେବାର ମାନସିକତା ନାହିଁ । ଜନହିତକର କାମ ପାଇଁ ପ୍ରଶ୍ନକାଳ, ଶୂନ୍ୟକାଳରେ ଆଲୋଚନା ହେବାର ଆବଶ୍ୟକତା ଅଛି । ସେ ପ୍ରଶ୍ନର ଉତ୍ତର ମଧ୍ୟ ମନ୍ତ୍ରୀଙ୍କ ଠାରୁ ବିଧାୟକ ମାନେ ଚାହୁଁଛନ୍ତି । ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମିଛ ଡ୍ରାମା, ସୁଆଙ୍ଗ କରୁଛନ୍ତି ବିରୋଧୀ । ଆଜି ତ ମୁଲତବୀ ପ୍ରସ୍ତାବ ଥିଲା । ବିରୋଧୀ ପ୍ରସଙ୍ଗ ଉଠାଇ ଥାଅନ୍ତେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତର ରଖିଥାଆନ୍ତେ । ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗତକାଲି 4 ଜଣଙ୍କୁ ନିଲମ୍ବିତ କରାଯାଇଛି । ସରକାର ଆକ୍ସନ ମୋଡରେ ଅଛନ୍ତି । ମୃତକଙ୍କ ପାଇଁ ସରକାରଙ୍କର ଯଥେଷ୍ଟ ସମବେଦନା ଅଛି