ଭୁବନେଶ୍ୱର : ଭାରତର ରନ୍ଧନ କଳା ଓ ବ୍ୟବସାୟ ପରିଦୃଶ୍ୟକୁ ନୂଆ ରୂପ ଦେଉଥିବା ମହିଳାମାନଙ୍କୁ ସମ୍ମାନିତ କରିବା ପାଇଁ ଭାରତର ଅନ୍-ଡିମାଣ୍ଡ କନ୍ଭିନିଏନ୍ସ ପ୍ଲାଟଫର୍ମ ସ୍ୱିଗି ପକ୍ଷରୁ ନିକଟରେ ନୂଆଦିଲ୍ଲୀଠାରେ ‘ସି ଦ ଚେଞ୍ଜ’(Swiggy ‘See The Change’)ର ୨୦୨୬ ସଂସ୍କରଣର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ଭୁବନେଶ୍ୱରର ଲିପ୍ସା ଶତପଥୀ ଓ ତମସା ମିଶ୍ର ଅନ୍ତର୍ଭୁକ୍ତ ଅଛନ୍ତି । ‘ଫ୍ରମ ଭିଜନ ଟୁ ଭେଂଚର’ ଟ୍ୟାଗ୍ଲାଇନ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ସ୍ୱିଗିର ସହ-ପ୍ରତିଷ୍ଠାତା, ଏମ୍ଡି ଓ ଗ୍ରୁପ ସିଇଓ ଶ୍ରୀହର୍ଷା ମାଜେଟି ଦୁଇଟି ବର୍ଗ ଯଥା ଏଂଟ୍ରପ୍ରେନ୍ୟୋର ଅଫ୍ ଦ ଇୟର ଓ ସେଫ୍ ଅଫ୍ ଦ ଇୟରରେ ଏଫଆଣ୍ଡବି ଇଣ୍ଡଷ୍ଟ୍ରୀର ୨୮ ଜଣ ମହିଳାଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ମାନଗୁଡିକ ରନ୍ଧନ କଳା କ୍ଷେତ୍ରରେ ଉଦ୍ଭାବନ ଓ ବ୍ୟବସାୟିକ ସଫଳତା ପ୍ରତି ସେମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ କରିଛି ।
Also Read : ଭୁବନେଶ୍ୱରରେ ‘ଏସ୍ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬’
ଲିପ୍ସା ଓ ତମସା ଏକ ହୋମ୍ କିଚେନ ଭାବେ ଭିଡମ୍ପଲିଙ୍ଗ ଡାଇନାଷ୍ଟିର ଆରମ୍ଭ କରିଥିଲେ । ଆଜି ଭିଡମ୍ପଲିଙ୍ଗ ଡାଇନାଷ୍ଟି ଏକ ଲୋକପ୍ରିୟ ବ୍ରାଣ୍ଡରେ ପରିଣତ ହୋଇଛି । ଏହି ସମ୍ମାନ ପାଇବା ପରେ ଲିପ୍ସା କହିଛନ୍ତି, “ମୁଁ ଭାରତୀୟ ଖାଦ୍ୟ ଥାଳିରେ କିଛି ସ୍ୱତନ୍ତ୍ରତା ଆଣିବାକୁ ଚାହୁଁଥିଲି । ଡମ୍ପ୍ଲିଙ୍ଗ ଅନେକ ସାଂସ୍କୃତିକ ପରମ୍ପରାର ଅଂଶ ଅଟେ, କିନ୍ତୁ ତାହାକୁ ମୁଖ୍ୟଧାରାର ଭାରତୀୟ କ୍ୟୁଏସଆରଗୁଡିକରେ ଖୁବ୍ କମ୍ ସାମିଲ କରାଯାଇଛି । ମଟନ ଓ ପ୍ରନ ମୋମୋ ସହିତ ଆମେ କେବଳ ଖାଦ୍ୟ ପରଷୁନାହୁଁ ବରଂ ଏକ କାହାଣୀ, ଏକ ବିରାସତ ଓ ଏକ ନୂତନ ସ୍ୱାଦ ଅନୁଭୂତି ଦେଉଛୁ ।” ସି ଦ ଚେଞ୍ଜକୁ ଭାରତୀର ଖାଦ୍ୟ ଶିଳ୍ପର ଅନନ୍ୟ ପ୍ରତିଭାମାନଙ୍କୁ ଏକତ୍ରିତ କରିବା ପାଇଁ ସୃଷ୍ଟି କରାଯାଇଛି ଯାହା ଏଫଆଣ୍ଡବି କ୍ଷେତ୍ରରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱିଗିର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ସ୍ୱିଗିର ପ୍ଲାଟଫର୍ମରେ ବର୍ତମାନ ମହିଳାଙ୍କ ଦ୍ୱାରା ପରିଚାଳିତ ୭୦୦୦୦ ରେଷ୍ଟୁରାଂଟ ରହିଛି ଏବଂ ଆଭ୍ୟନ୍ତରୀଣ ଆକଳନ ମୁତାବକ, ଏହି ଉଦ୍ୟୋଗୀମାନେ ପ୍ରାୟ ୪୨୦,୦୦୦ ନିଯୁକ୍ତି ସୃଷ୍ଟି କରୁଥିବା ବେଳେ ପ୍ରତ୍ୟେକ ରେଷ୍ଟୁରାଂଟ ହାରାହାରି ୬ ଜଣ ପ୍ରତ୍ୟକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି ।