DHAULI ଧଉଳି: ରକ୍ତରଞ୍ଜିତ ଯୁଦ୍ଧ ଭୂମିରୁ ଶାନ୍ତିର ପଥ

ଆଜି ଧଉଳି କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବଂର ଏହା ମାନବ ଜାତି ପାଇଁ ଏକ ଶିକ୍ଷା

Spread the love

ଢେଙ୍କାନାଳ; ୧୯।୦୩।୨୬( ଶୁଭସ୍ମିତା ଜେନା ):  ଧଉଳି ଓଡିଶାର ଐତିହାସିକ ମାନଚିତ୍ରରେ ଏକ ଅତ୍ୟନ୍ତ ପବିତ୍ର ଓ ଗରିମାମୟ ସ୍ଥାନ । ଭୁବନେଶ୍ୱରରୁ ପ୍ରାୟ ୮ କିମି ଦୂରରେ ଦୟା ନଦୀର ନୀରବ କୂଳରେ ଅବସ୍ଥିତ ଧଉଳିଗିରିା ଯାହା ଏକଦା ଭାରତର ଭୟାଭୟ ଇତିହାସର ସାକ୍ଷୀ ରହିଛି । ଖ୍ରୀ.ପୂ.୨୬୧ ମସିହାରେ ଏଠାରେ ଘଟିଥିଲା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ । ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗର ସ୍ୱାଧିନତା ପାଇଁ ହୋଇଥିଲା ରକ୍ତପାତର ଯୁଦ୍ଧ । ଯୁଦ୍ଧରେ ଲକ୍ଷାଧିକ ଲୋକେ ନିହତ, ଆହତ ଓ ବନ୍ଦୀ ହୋଇଥିଲୋ ଦୟାରେ ବୋହିଥିଲା ରକ୍ତର ନଦୀା ଯାହା ଲୋକକଥା ଓ ଐତିହାସିକ ଲେଖାରୁ ଜଣା ପଡୋ ରକ୍ତର ନଦୀକୁ ଦେଖି ସମ୍ରାଟ ଅଶୋକଙ୍କ ହୃଦୟରେ ଗଭୀର ପରିବର୍ତ୍ତନ ଆସିଥିଲା । ସେହି ପରିବର୍ତ୍ତନର ପ୍ରତୀକ ଭାବେ ଧଉଳି ଆଜି ସମଗ୍ର ବିଶ୍ୱରେ ପରିଚିତ ହୋଇରହିଛି ।
ଯୁଦ୍ଧର ଅନ୍ତରେ ମୃତ ଦେହ, ବିଧବା ଓ ଅନାଥଙ୍କ ଚିକ୍ରାର ତାଙ୍କୁ ବିଚଳିତ କରିଥିଲ।। ଏହା ପରେ ବିଶ୍ୱ ବିଜୟୀ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲୋ ଅହିଂସା ଓ କରୁଣାକୁ ଆପଣେଇ, ବୈାଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ । ଧଉଳି ମଧ୍ୟ ପରିବର୍ତ୍ତନର ପଥ ଭାବେ ଆଜି ପର୍ଯ୍ୟନ୍ତ ଠିଆ ହୋଇଛିା

Dhauli the silent witness of the kalinga war
କଳିଙ୍ଗ ଯୁଦ୍ଧର ମୂକ ସାକ୍ଷୀ ଧଉଳି

ପାହାଡ ଉପରେ ଥିବା ଅଶୋକଙ୍କ ଶିଳାଲିପି ଏହି ଐତିହାସିକ ଘଟଣାର ଜୀବନ୍ତ ମୁକ ସାକ୍ଷୀ । ଏଠାରେ ଖୋଦିତ ଶିଳାଲିପିରେ ଧର୍ମ, ନ୍ୟାୟ, ମାନବିକତା, କର୍ତ୍ତବ୍ୟ, ଓ ବାର୍ତ୍ତାର ଉଲ୍ଲେଖ ରହିଛି । ଭାରତୀୟ ଇତିହାସର ସବୁଠାରୁ ପ୍ରାଚୀନ ଲପିଗୁଡିକ ମଧ୍ୟରୁ ଏହା ଅନ୍ୟତମ । ଧଉଳିର ଅନ୍ୟ ଏକ ଆକର୍ଷଣ ହେଉଛି ଶାନ୍ତି ସ୍ତୂପ । ଜାପାନର ବୁଦ୍ଧ ସଂଘ ଓ କଳିଙ୍ଗ ନିପୋନ୍ ବୁଦ୍ଧ ସଂଘ ଦ୍ୱାରା ନିର୍ମିତ ଏହି ସ୍ତୂପ ଅହିଂସା ଓ ବିଶ୍ୱଶାନ୍ତିର ସନ୍ଦେଶ ଦେଇଥାଏ । ସ୍ତୂପଟି ଶାନ୍ତିର ପ୍ରତୀକ ଧଳା ରଙ୍ଗର ରଙ୍ଗୀତ । ବୁଦ୍ଧଙ୍କ ଜୀବନ ସମ୍ବନ୍ଧୀୟ ଅନେକ ଶିଳ୍ପକଳା ପ୍ରାଚୀର ସାରା ଖୋଦିତ ହୋଇରହିଛିା ଯାହା ପର୍ଯ୍ୟଟକଙ୍କୁ ଇତିହାସ ବଖାଣୀଥାଏ ।

ଆଜି ଧଉଳି କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବଂର ଏହା ମାନବ ଜାତି ପାଇଁ ଏକ ଶିକ୍ଷା । ଯୁଦ୍ଧ ଓ ହିଂସା କିପରି ଧ୍ୱଂସ ଆଣେ ଏବଂ ଶାନ୍ତି ଓ ଅହିଂସା କିପରି ସମାଜକୁ ନୂଆ ଦିଗ ଦେଇପାରେ ଧଉଳି ତାହାର ଜୀବନ୍ତ ଉଦାହରଣ । ପ୍ରତିବର୍ଷ ଦେଶ-ବିଦେଶରୁ ହଜାର ହଜାର ପର୍ଯ୍ୟଟକ, ଶାନ୍ତିପ୍ରେମୀ, ଐତିହାସିକମାନେ ଏଠାକୁ ଆସି ପ୍ରେରଣା ନେଉଛନ୍ତିା
ଆଜି ଆଧୁନିକ ପ୍ରଯୁକ୍ତିର ଆଲୋକରେ ପୁନର୍ଜୀବିତ ହୋଇଉଠିଛିା ଏଠାରେ ଆୟୋଜିତ ଲାଇଟ୍ ଏବଂ ସାଉଣ୍ଡ କାର୍ଯ୍ୟକ୍ରମ କେବଳ ମନୋରଞ୍ଜନ ପାଇଁ ନୁହେଁ , ବଂର ଏହା ଅତୀତ ଓ ବର୍ତ୍ତମାନକୁ ଯୋଡୁଥିବା ଏକ ସାଂସ୍କୃତିକ ସେତୁ । ଯାହା କଳିଙ୍ଗ ଯୁଦ୍ଧର ଭୟାଭୟତା, ସମ୍ରାଟ ଅଶୋକଙ୍କ ମନୋପରିବର୍ତ୍ତନ, ଅହିଂସା ନୀତିକୁ ଜୀବନ୍ତ ଭାବେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରୁଛି । ଇତିହାସକୁ ଶୁଣିବା ନୁହେଁ , ଅନୁଭବ କରିବାର ଏହି ପ୍ରୟାସ ଧଉଳିକୁ ଆଧୁନିକ ଓଡିଶାର ଏକ ନୂଆ ସାଂସ୍କୃତିକ ପରିଚୟ ଦେଇଛି ।

#dhauli #odisha #dhaulishantistupa #tourisim #kalingawar


Spread the love

Leave A Reply

Your email address will not be published.