ଆନ୍ଦୋଳନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲା ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ

Spread the love

ଭୁବନେଶ୍ୱର,୧୯/୦୩:୩ ଦଫା ଦାବି ନେଇ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନର ଡାକରା ଦେଇଥିବା ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆଜିଠୁ ଆନ୍ଦୋଳନକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲି ମୁଖ୍ୟମନ୍ତ୍ରୀ ୧ ଘଣ୍ଟା ୧୩ ମିନିଟ୍ ଧରି ସଂଘ ସହିତ ଆଲୋଚନା କରିଥିଲେ ଏଥିସହିତ ଆଗାମୀ ସମୟରେ ଦାବି ଶୁଣିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ବାବୁ ସିଂ, ବିଧାୟକ ଇରାସିଶ୍ ଆଚାର୍ଯ୍ୟ ଧାରଣାସ୍ଥଳରେ ପହଞ୍ଚି ଖୁବଶୀଘ୍ର ରାଜ୍ୟ ସରକାର ଏହାର ସମାଧାନ କରିବେ ବୋଲି ଆଲୋଚନା କରିଥିଲେ।ଏଥିସହିତ ଖୁବଶୀଘ୍ର ଆଉଟସର୍ସିଂ କର୍ମଚାରୀଙ୍କ ଦାବି ପୁରଣ ନିମନ୍ତେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଏହାର ସମାଧାନ ପାଇଁ ସରକାର ଚେଷ୍ଟିତ ଥିବା ସେମାନଙ୍କୁ ଅବଗତ କରିବା ପରେ ଧାରଣାକୁ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅବସରରେ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି, ସରକାର ଏମାନଙ୍କ ସ୍ଥାୟୀ ନିଯୁକ୍ତି,ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି,ସ୍ଵତନ୍ତ୍ର ୱେଜେସରେ ଦରମା ପ୍ରଦାନ ଆଦି ସମସ୍ତ ଦାବି ପୁରଣ ପାଇଁ ସକରାତ୍ମକ ଅଛନ୍ତି। ଆସନ୍ତା ସମୟରେ କମିଟି ଗଠନ କରାଯାଇ ଏସବୁର ଶୀଘ୍ର ସମାଧାନ ପାଇଁ ଗତକାଲି ଆଲୋଚନାରେ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ଏତିକି ନୁହେଁ,ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘଙ୍କ ଏଭଳି ସ୍ଥିତି ପଛରେ ପୁର୍ବର ବିଜେଡ଼ି ସରକାର ଦାୟୀ ବୋଲି କହି ତତ୍କାଳୀନ ସରକାରକୁ ଆଇନା ଦେଖାଇଛନ୍ତି।


Spread the love

Leave A Reply

Your email address will not be published.