ଭୁବନେଶ୍ୱର,୧୯/୦୩:କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ସୁବାସିନୀ ଜେନା।ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଚି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ର ଙ୍କୁ ଓ ଦ୍ବିତୀୟ ଭୋଟ ଟି ଦିଲ୍ଲିପ ରାୟ ଙ୍କୁ ଦେଇଚି। ଦିଲ୍ଲିପ ରାୟ ଙ୍କୁ ଏଥିପାଇଁ ଦେଲି ଯେହେତୁ ମୋ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ସହିତ ମୋର ଲଢେଇ ହେଉଛି। ଏହା ମୋ ବିବେକା ନୂ ମୋଦି ତ ଭୋଟ। ମୁଁ କେମିତି ଭୋଟ ଦେଇଛି ଆମ ଦଳର ଏଜେଣ୍ଟ ଙ୍କୁ ପଚାରନ୍ତୁ ଜାଣି ପାରିବେ ବୋଲି କହିଛନ୍ତି ସୁଭାସିନୀ ।
ସୂଚନାଯୋଗ୍ୟ ଯେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସୁବାସିନୀଙ୍କ ସ୍ବାମୀ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଫଳରେ ସୁବାସିନୀ ନିର୍ବାଚନରେ କାହାକୁ ଭୋଟ ଦେବେ ତାହାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସୁବାସିନୀ କହିଥିଲେ। ଏପରିକି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ ଦେଉଥିଲେ। କିନ୍ତୁ ଭୋଟ ଦିନ ସେ ଦଳ ବିରୋଧରେ ଯାଇ କ୍ରସ୍ ଭୋଟିଂ କରି ଦିଲ୍ଲୀପ ରାୟକୁ ଭୋଟ ଦେଇଥିଲେ। ଏ ନେଇ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ କୁହାଯାଇଛି।