Pakhala Divas 2026 : ପଛର କାହାଣୀ, ବିଶ୍ୱ ପଖାଳ ଦିବସର ଆରମ୍ଭ କେବେ ଓ କାହିଁକି?

Spread the love

ଭୁବନେଶ୍ୱର,୨୦/୦୩: (Pakhala Divas 2026)ଓଡ଼ିଆ ସଂସ୍କୃତିର ମହକ, ଆମ ପରମ୍ପରାର ଅନନ୍ୟ ପରିଚୟ – ‘ପଖାଳ’।ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶୀତଳ ଭୋଗ ଭାବେ ସ୍ଥାନ ପାଇଥିବା ଏହି ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ପ୍ରତିଟି ଓଡ଼ିଆର ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ।ସଞ୍ଜ ହେଉ କି ସକାଳ ଓଡିଆଙ୍କ ପ୍ରିୟ ଖାଦ୍ୟ(Odia Food) ପଖାଳ । ଡହ ଡହ ଖରାରେ ପେଟକୁ ବାସି ତୋରାଣି ଗଲେ ହୁଏ ଆତ୍ମା ଶାନ୍ତ । ଚାଷୀ ଭାଇ କୁହେ ପଖାଳ କହିଲେ ଶକ୍ତି ଆସେ, ଅଳସୁଆ କହେ ପଖାଳ ଖାଇଲେ ନିଦ ଆସେ । ଅହଂକାରୀ କହେ ପଖାଳ ଗରିବଙ୍କ ଖାଦ୍ୟ ମଧ୍ୟରେ ଆସେ କିନ୍ତୁ ଡାକ୍ତର କୁହନ୍ତି ବାସି ପଖାଳରୁ ପୋଷଣ ସହ ମିଳେ ଅନେକ ଔଷଧୀୟ ଗୁଣ।ତେବେ କଣ ରହିଛି ପଖାଳ ଦିବସର ଇତିହାସ… ଆସନ୍ତୁ ଜାଣିବା…

 

ଆହୁରି ପଢ଼ନ୍ତୁ : ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ,୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ



ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଞ୍ଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ। ଏହାର ମାଧୁର୍ଯ୍ୟ ବଢିଯାଏ । କାରଣ ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ ।ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଜଗନ୍ନାଥ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ । ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

 

ଆହୁରି ପଢ଼ନ୍ତୁ : ଅଫିସରଙ୍କ ଆର୍ଥିକ କ୍ଷମତା ବଢାଇଲେ ରାଜ୍ୟ ସରକାର



କିଏ ଆଉ କେବେ କରିଥିଲେ ପଖାଳ ଦିବସ(Pakhala Divas 2026)ର ଆରମ୍ଭ ?
ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦(20th March ) ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

ସେହିପରି ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ପଖାଳ ଖାଇ ଥାଆନ୍ତି । ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ି ଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀ ତୋରାଣି ସହ ଖାଇବାର ପରମ୍ପରା ନାହିଁ ।


Spread the love

Leave A Reply

Your email address will not be published.