୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର

Spread the love

ଭୁବନେଶ୍ୱର,୨୦/୦୩: ଜମି ନେଇ ଶିଳ୍ପ ସ୍ଥାପନ କରିନଥିବା ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର(Odisha Government) କଠୋର ମନୋଭାବ ଗ୍ରହଣ କରି ବଡ଼ ଆକ୍ସନ ନେଇଛନ୍ତି। ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଲିଖିତ ଉତ୍ତର ଅନୁସାରେ ଏହି ସମସ୍ତ ତଥ୍ୟ ସାମ୍ନାକୁ ଆସିଛି।ଜମି ନେଇ ଶିଳ୍ପ ଆରମ୍ଭ ନ କରିଥିବା ୨୫ଟି ଶିଳ୍ପାନୁଷ୍ଠାନକୁ ସରକାର କାରଣ ଦର୍ଶାଅ ନୋଟିସ(Show Cause Notice) ଜାରି କରିଥିଲେ। ଏହି ନୋଟିସ ପରେ ୭ଟି ଶିଳ୍ପାନୁଷ୍ଠାନର ଜମି ଆବଣ୍ଟନ ସରକାର ରଦ୍ଦ କରିଛନ୍ତି। ସେହିପରି ୫ଟି ଶିଳ୍ପ ସଂସ୍ଥା ସମ୍ବନ୍ଧୀୟ ଜମି ରଦ୍ଦ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି।

ଆହୁରି ପଢ଼ନ୍ତୁ : ତଳେ ବସି ପାଠ ପଢୁଛନ୍ତି ୧୯,୮୮୩ ସ୍କୁଲର ଛାତ୍ର ଛାତ୍ରୀ


ଏହାଛଡ଼ା, ଇଡକୋ (IDCO) ମାଧ୍ୟମରେ ଆବଣ୍ଟିତ ହୋଇଥିବା ଜମିମାନଙ୍କ ମଧ୍ୟରୁ ୯୧୪ଟି ଶିଳ୍ପ ସଂସ୍ଥା ବନ୍ଦ ପଡ଼ିଥିବା ଜଣାପଡ଼ିଛି। ଏହାମଧ୍ୟରୁ ନିୟମ ଅନୁଯାୟୀ ୬୬୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି।ଏହି ରଦ୍ଦ ମାମଲାମାନଙ୍କ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ EUO କେସ ରୁଜୁ କରାଯାଇଛି, ଯାହା ଅନୁସନ୍ଧାନ ଓ ଆଗୁଆ କାର୍ଯ୍ୟବାହୀ ପାଇଁ ଚାଲିଛି। ଏହାସହ ୬ଟି ମାମଲା ଆହୁରି କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି।ସରକାର ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ପଦକ୍ଷେପ ମଧ୍ୟ ନେଇଛନ୍ତି। ବିଭିନ୍ନ କାରଣରୁ ଚାଲୁ ନଥିବା ୬୪୦ଟି ଶିଳ୍ପ ସଂସ୍ଥାର ଜମିକୁ ଅନ୍ୟ ଆଗ୍ରହୀ ସଂସ୍ଥାଙ୍କୁ ଲିଜ୍ ଆକାରରେ ଦିଆଯାଇଛି, ଯାହା ଦ୍ୱାରା ଶିଳ୍ପ ଉନ୍ନତି ଓ ଜମିର ସଠିକ୍ ବ୍ୟବହାର ସୁନିଶ୍ଚିତ ହେବ।


Spread the love

Leave A Reply

Your email address will not be published.