ପାଟିରେ କୁଟା ଦେଇ ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କଲା ପାଚିକା ସଂଘ

Spread the love

ଭୁବନେଶ୍ୱର,୨୦/୦୩:ଅଭିନବ ଢଙ୍ଗରେ ପାଚିକା ରାଜ୍ୟସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ।ପାଟିରେ କୁଟା ଦେଇ ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ବିକ୍ଷୋଭ କାରୀ ।୭ଦଫା ଦାବି ସହ ତିନି ମାସର ଦରମା ମିଳିନଥିବା ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଗର୍ଜିଲା ପାଚିକା ସଂଘ ।

ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟସଂଘ ତରଫରୁ ୭ ଦଫା ଦାବି ନେଇ ଭୁବନେଶ୍ଵର ଲୋୟର ପିଏମଜି ଛକରେ କରାଇଅଛି ବିକ୍ଷୋଭ ।ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା  ଭିତ୍ତିଭୂମି ସହିତ ମଧ୍ୟାହ୍ନ ଭୋଜନ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନାରେ କାର୍ଯ୍ୟକରି ଆସୁଥିବା ପାଚିକା ମା’ ମାନଙ୍କର ଏଯାଏଁ ନିଯୁକ୍ତିପତ୍ର ହୋଇନଥିବା ଯୋଗୁଁ ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସଂଘ କହିଚି । ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ମଜୁରି ଦୈନିକ ୪୬୨ ଟଙ୍କା ହିସାବରେ ପାଚିକା ମା’ମାନଙ୍କୁ ମାସିକ ୧୩୮୬୦ ଟଙ୍କା ପ୍ରଦାନ ଦାବି ନେଇ ଭିନ୍ନ ଧରଣର ବିକ୍ଷୋଭ ପଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେମାନେ ।


Spread the love

Leave A Reply

Your email address will not be published.