ଭୁବନେଶ୍ୱର,୨୨/୦୩:ଆନ୍ଦୋଳନ ପ୍ରତ୍ୟାହାର କଲା ପାଚିକା ସଂଘ
।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ।ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସମାଧାନ ପାଇଁ ପ୍ରତିଶ୍ରୁତି। ଗତ ଚାରି ଦିନ ଧରି ଦିବା-ରାତ୍ରି ଧାରଣାରେ ବସି ରହିଥିବା ପାଚିକାମାନେ ନିଜ ଅଧିକାର ପାଇଁ ଜୋରଦାର ଆନ୍ଦୋଳନ କରୁଥିଲେ । ଦୀର୍ଘ 30 ବର୍ଷ ଧରି ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରିଲେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନାହିଁ ବୋଲି ଅଭିଯୋଗ କରିଥିଲେ ।
ଦିନକୁ ମାତ୍ର 80 ଟଙ୍କା ମଜୁରୀ, ମାସକୁ ପ୍ରାୟ 3 ହଜାର ଟଙ୍କା ଓ ବର୍ଷକୁ 30 ହଜାର ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ତା ସହ ତିନି ମାସର ଦରମା ବକେୟା ରହିଥିବା ଅଭିଯୋଗ କରିଥିଲା ପାଚିକା ସଂଘ । ରାନ୍ଧଣା, ସଫାସୁଫା, ପିଲାଙ୍କୁ ଖୁଆଇବା ଭଳି ଅନେକ କାମ କରୁଥିବା ସତ୍ତ୍ୱେ କୌଣସି ପରିଚୟ ପତ୍ର କିମ୍ବା ସାମାଜିକ ସୁରକ୍ଷା ନଥିବା କହିଥିଲା ସଂଘ ।
Prev Post
Next Post