ବିଜେଡିର ୬ ବିଧାୟକ ନିଲମ୍ବିତ

Spread the love

ଭୁବନେଶ୍ୱର,୨୨/୦୩:କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକ ନିଲମ୍ବିତ
ହୋଇଛନ୍ତି।ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।ସୌଭିକ୍ ବିଶ୍ବାଳ, ଚକ୍ରମଣି କହଁର, ସୁବାସିନୀ ଜେନା ନିଲମ୍ବିତ,ନବକିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ ନିଲମ୍ବିତ ହୋଇଥିବା ବେଳେ ୬ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଲେଖିକି ଦେବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ଏହା ପୂର୍ବରୁ କ୍ରସ ଭୋଟିଂ କରିଥିବା ଛଅ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ। ନବୀନ ନିବାସରେ ଶନିବାର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା। ଏଥିରେ ଛଅ ବିଧାୟକ କାରଣ ଦର୍ଶାଅ ନୋଟିସରେ ଦେଇଥିବା ଜବାବ ଉପରେ ତର୍ଜମା କରି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯାଇଥିଲା। ଏହା ପରେ ସଭିଙ୍କ ନଜର ଥିଲା ନବୀନଙ୍କ ଉପରେ। ଏହି ବିଧାୟକଙ୍କ ଉପରେ ନବୀନ କଣ କାର୍ଯ୍ୟାନୁଷ୍ଠାନ ନେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଉ ଏବେ ନବୀନ ପଟ୍ଟନାୟକ ରିପୋର୍ଟ ଆଧାରରେ କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।


Spread the love

Leave A Reply

Your email address will not be published.