ଶିଶିର ସରସ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଷ୍ଟଲ

Spread the love

ପ୍ରଚାରିତ ହେଉଛି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ୱର-ତା.୦୭.୦୧.୨୦୨୪- ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୪’ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଏଥିରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକ୍ରମର ପ୍ରଚାର କରାଯାଉଛି । ଏକ ସ୍ୱତନ୍ତ୍ର ଏଲଇଡ଼ି ଭିଡିଓ ୱାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପ୍ରଚାର କରାଯାଉଛି । ଏହି ମେଳା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଭାଗ ପକ୍ଷରୁ ଏହି ଷ୍ଟଲଟି ଏକ ପ୍ରମୁଖ ସ୍ଥାନରେ ଥିବାରୁ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲିକ୍ଷିତ ହେଉଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ, ବିଭାଗୀୟ ନିର୍ଦ୍ଦେଶକ, ବୈଷୟିକ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ଆୟୋଜନ କରାଯାଇଛି ।


Spread the love

Leave A Reply

Your email address will not be published.