ଭୁବନେଶ୍ୱର,୨୫/୦୩:ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ । ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର । ଚକ୍ରାନ୍ତକାରୀ ମାନଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା । ବିଜେପିର ସହଯୋଗରେ ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗାଇଛନ୍ତି । ସେମାନେ 3 ମାସ ଆଗରୁ ନିଜେ ଚକ୍ରାନ୍ତ କରିଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ବିଜୁ, ନବୀନ ପରିବାର ସବୁବେଳେ ତ୍ୟାଗ ପାଇଁ ପରିଚିତ । ହେଲେ କିଛି ଫରକ ପଡ଼ିବନି । ନବୀନ ବାବୁଙ୍କ ଉପରେ ଯେତେ ଚେଷ୍ଟା କଲେ ବି ଚକ୍ରାନ୍ତକାରୀ କଳା ଦାଗ ଲଗାଇପାରିବେ ନାହିଁ । ସବୁ ଉଦ୍ୟମ ପଣ୍ଡ ହେବ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଧ୍ରୁବ ସାହୁ।
ଏପଟେ ବିଜେଡ଼ି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଏ ପୋଷ୍ଟର ସାଧାରଣ ଲୋକେ ମାରିଛନ୍ତି । ଆମେ ମାରିଥିଲେ ଗେରୁଆ ହେଇଥାନ୍ତା । ତାଙ୍କ ଦଳ ଭିତରେ ଥିବା ଅସନ୍ତୁଷ୍ଟ ବି ଏଥିରେ ବି ସାମିଲ୍ ଅଛନ୍ତି । ଆଗକୁ ଗାଁ ଗହଳିରେ ମାରି ପାରନ୍ତି ଲୋକେ ।