କଟକ : କିସ୍ନା ଡାଇମଣ୍ଡ ଓ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଓଡିଶାରେ ଏହାର ୪ର୍ଥ ଶୋ’ରୁମର ବିଶାଳ ଉଦ୍ଘାଟନ କରାଯାଇଛି ଯାହା କଟକର କ୍ୟାଂଟନମେଂଟ ରୋଡ, ଲକ୍ଷ୍ମୀ ଟିଭିଏସ ପାଖ, ବକ୍ସିବଜାରରେ ଅବସ୍ଥିତ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ ଯୋଗ ଦେଇଛନ୍ତି, ଏହି ଉଦ୍ଘାଟନ ଅଂଚଳରେ କିସ୍ନାର ଉପସ୍ଥିତିକୁ ଆହୁରି ସୁଦୃଢ କରିଛି । ଏହି ବିଶାଳ ଶୁଭାରମ୍ଭକୁ ଚିହ୍ନିତ କରିବା ପାଇଁ କିସ୍ନା ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍ଘାଟନୀ ଅଫର ଆରମ୍ଭ କରାଯାଇଛି, ଯେଉଁଥିରେ ହୀରା ଅଳଙ୍କାର ଉପରେ ୫%ର ଅତିରିକ୍ତ ରିହାତି ଅନ୍ତର୍ଭୁକ୍ତ । ଏହି ଅଫର କେବଳ ଶୋ’ରୁମ ଲଂଚ ଦିବସରେ ସ୍ୱତନ୍ତ୍ର ଭାବେ ବୈଧ ଥିଲା । ବର୍ତମାନ ଜାରି ରହିଥିବା ପାର୍ବଣ ଋତୁର ଅଂଶ ଭାବେ କିସ୍ନା ‘ଅକ୍ଷୟ ହାପିନେସ୍ କ୍ୟାମ୍ପେନ’ ଅଧିନରେ ‘ଦ ବିଗେଷ୍ଟ ଫେଷ୍ଟିଭ ଅଫର’ର ଘୋଷଣା କରାଯାଇଛି ଯେଉଁଥିରେ ହୀରା ଓ ସୁନା ଅଳଙ୍କାର ଉପରେ ଏକାଧିକ ଉତ୍ସାହଜନକ ଅଫର ଅନ୍ତର୍ଭୁକ୍ତ କରିଛି ।
ଏହି ଅବସରରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ କହିଛନ୍ତି, “ଓଡିଶାରେ ଆମର ଏକ୍ସକ୍ଲୁସିଭ ଶୋ’ରୁମର ଶୁଭାରମ୍ଭ ଉଚ୍ଚ-ସମ୍ଭାବନାପୂର୍ଣ୍ଣ ଅଂଚଳଗୁଡିକରେ ବଜାର ସମ୍ପ୍ରସାରଣ ପାଇଁ କିସ୍ନାର ମୂଳ ଆଭିମୁଖ୍ୟକୁ ଆଲୋକପାତ କରୁଛି । କଟକ ଶୋ’ରୁମ ବିକଶିତ ଉପଭୋକ୍ତା ପସନ୍ଦ ଦ୍ୱାରା ପରିଚାଳିତ ମଜବୁତ ଅଭିବୃଦ୍ଧି ସମ୍ଭାବନା ଦେଉଛି ଏବଂ ଏହି ସମ୍ପ୍ରସାରଣ ଉପଲବ୍ଧତା ଓ ପହଂଚ ବୃଦ୍ଧି କରି ‘ହର୍ ଘର୍ କିସ୍ନା’ର ଆମର ଦୃଷ୍ଟିକୋଣ ସହ ଜଡିତ ରହିଛି ।”
କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ସିଇଓ ପରାଗ ଶାହ କହିଛନ୍ତି, “କଟକରେ ଆମର ଶୋ’ରୁମକୁ ଏକ ସହଜ ଓ ନିୟୋଜିତ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ଆକର୍ଷଣୀୟ ଫେଷ୍ଟିଭ ଅଫର ଏବଂ ହୀରା ଓ ସୁନା ଅଳଙ୍କାର କଲେକ୍ସନର ଏକ ବିସ୍ତୃତ ଶୃଙ୍ଖଳା ପ୍ରଦାନ କରୁଛି ।” ସେହିପରି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ପାର୍ଟନର ଶେଖ ଗୁଲାମ ମୁସ୍ତାଫା ଓ ଶେଖ ନିସାର ମୁସ୍ତାଫା କହିଛନ୍ତି, “ଆମେ କଟକରେ ଆମର ଶୋ’ରୁମର ଶୁଭାରମ୍ଭ ପାଇଁ କିସ୍ନା ସହ ସହଭାଗିତା କରି ଆନନ୍ଦିତ ।”
କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୪୦% ରିହାତି ଓ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୩୦%ର ରିହାତି ପ୍ରଦାନ କରାଯାଉଛି । ଉପଭୋକ୍ତାମାନେ ହୀରା ଓ ସୁନା ଅଳଙ୍କାରର ନିର୍ଦ୍ଧିଷ୍ଟ କ୍ରୟ ଉପରେ ୧୦ ଗ୍ରାମ ଓ ୨୦ ଗ୍ରାମର ସିଲଭର କଏନ ମାଗଣାରେ ପାଇପାରିବେ ଏବଂ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ । ସପିଂ ଅନୁଭୂତିକୁ ଆହୁରି ଉନ୍ନତ କରି କିସ୍ନା ଆଇସିଆଇସିଆଇ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ୫%ର ତତ୍କାଳ ରିହାତି ସହିତ ଏକ ଡବଲ ରେଟ ସୁରକ୍ଷା ଲାଭ ପ୍ରଦାନ କରୁଛି, ଯାହା ଉପଭୋକ୍ତାଙ୍କୁ କେବଳ ୨୫%ର ଡାଉନ ପେମେଂଟ ସହ ସୁନା ରେଟ ଲକ୍ କରିବା ପାଇଁ ଅନୁମତିଦେଉଛି । ହୀରା ଅଳଙ୍କାର କ୍ରୟ ଉପରେ ସ୍ୱତନ୍ତ୍ର ଗିଫ୍ଟ ଭାଉଚର ଏହି ପାର୍ବଣ ଋତୁକୁ ଗ୍ରାହକଙ୍କ ପାଇଁ ଆହୁରି ପୁରସ୍କୃତ କରିଛି । ଏହି ବ୍ରାଣ୍ଡ ଶୁଭାରମ୍ଭ ଅବସରରେ ଅବହେଳିତ ଲୋକଙ୍କ ପାଇଁ ଏକ ଖାଦ୍ୟ ବିତରଣ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏହି ଅଭିଯାନରେ ସ୍ୱଚ୍ଛ ଭାରତ ଅଭିଯାନ ସମର୍ଥନରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ଏକ ରକ୍ତଦାନ ଶିବିର ଅନ୍ତର୍ଭୁକ୍ତ ରହିଛି ।
Comments are closed.