ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ସୋଆକୁ ସମ୍ମାନ ପ୍ରଦାନ

Spread the love

ଭୁବନେଶ୍ୱର, ମାର୍ଚ୍ଚ ୩୦ : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନ ପ୍ରଦାନ କରାଯାଇଛି। ଏଥି ସହିତ ଶୈକ୍ଷିକ ଓ ନେତୃତ୍ୱ କ୍ଷେତ୍ରରେ ଉତ୍କୃଷ୍ଟତା ନିମନ୍ତେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ମଧ୍ୟ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।
ଗତ ବୁଧବାର କୋଲକାତା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟ ଏବଂ କୁଳପତି ପ୍ରଫେସର ନନ୍ଦଙ୍କୁ ଗ୍ରାଜିଆ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବଲିଉଡ୍ ତାରକା ରସିକା ଦୁଗଲ, ତାହା ଶାହା ବାଦୁଶାହ, ପରମବ୍ରତ ଚାଟ୍ଟାର୍ଜୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଗ୍ରାଜିଆ ସମ୍ମାନ ପ୍ରଦାନ କରିଥିଲେ।
ଗ୍ରାଜିଆ ହେଉଛି ବିଶ୍ୱର ଏକ ଅଗ୍ରଣୀ ମହିଳା ସାପ୍ତାହିକ ପ୍ରତ୍ରିକା ଯାହାର କି ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରକାଶନ ରହିଛି। କଳା, ସଂସ୍କୃତି, ଶିକ୍ଷା, ଉଦ୍ୟୋଗୀକରଣ, ଚଳଚ୍ଚିତ୍ର, ଫ୍ୟାସନ୍ ଓ ଡିଜାଇନ୍ ପ୍ରଭୃତିକୁ ପ୍ରୋତ୍ସାହନ ଦେବାରେ ଏହି ପ୍ରତ୍ରିକାର ପ୍ରମୁଖ ଭୂମିକା ରହିଛି। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଗ୍ରାଜିଆ ପକ୍ଷରୁ ଏହି ସମ୍ମାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।


Spread the love

Comments are closed.