ଭୁବନେଶ୍ଵର,୨୭/୦୨:ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା ।ଗୌହାଟୀ , ଗାନ୍ଧିନଗର, ହ୍ରାଇଦ୍ରାବାଦ ପରେ ଏବେ ଓଡ଼ିଶା ପାଳି। ଫେବ୍ରୁଆରୀ 27ରୁ 2 ମାର୍ଚ୍ଚ ଯାଏ 4 ଦିନ ଧରି ରାଜ୍ୟ ରାଜଧାନୀରେ ଆୟୋଜିତ ହେବ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ। 5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାବନେବେ 230 ବଛା ବଛା ପ୍ରତିଯୋଗୀ। ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ପରିସରରେ 37 ପ୍ରକାରର ଦକ୍ଷତାକୁ ନେଇ ହେବ ଜୋରଦାର ପ୍ରତିଯୋଗୀତା। ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଓଡିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ-ନିକୋବାର ଦ୍ୱୀପପୁଞ୍ଜ ରୁ ଆସିଥିବା ୨୩୦ ଜଣ ପ୍ରତିଯୋଗୀ ନିଜ ନିଜ ଦକ୍ଷତାର ପ୍ରଦର୍ଶନ କରିବେ। 3D ଡିଜିଟାଲ ଗେମ୍ ଆର୍ଟ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷାରୁ ଆରମ୍ଭ କରି ବ୍ୟୁଟି ଥେରାପି, ପ୍ଲମ୍ବିଂ ଓ ରିନ୍ୟୁଏବଲ ଏନର୍ଜି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିମୂଳକ କୌଶଳ ପ୍ରଦର୍ଶନ କରିବେ ପ୍ରତିଯୋଗୀ।