ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ

Spread the love

ଭୁବନେଶ୍ଵର,୧୬/୦୨:ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ।
ଏହି ବୈଠକରେ ଜେଟ ଅଧିବେଶନ ରଣନୀତି ନେଇ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ଚାଷୀ ସମସ୍ୟା, ପିୟୁସିସି ପରି ପ୍ରସଙ୍ଗ ନେଇ ରଣନୀତି ପ୍ରସ୍ତୁତ ହୋଇପାରେ ବୋଲି ରାଜନୈତିକ ମହଲରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି।

ସେହିପରି ଆଜି ସନ୍ଧ୍ୟାରେ ବିଧାନସଭା ରୁମ୍‌ ୫୪ରେ ଭାଜପା ବିଧାୟକ ଦଳ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ। ବୈଠକରେ ବଜେଟ୍ ଅଧିବେଶନ ରଣନୀତି ନେଇ ଆଲୋଚନା ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ବିରୋଧୀଙ୍କ ପ୍ରସଙ୍ଗକୁ ମୁହଁ ତୋଡ଼ ଜବାବ ଦେବା ପାଇଁ ଏହି ଆଲୋଚନା ହେବ।


Spread the love

Leave A Reply

Your email address will not be published.