ନବରଙ୍ଗପୁର,୨୨/୦୩:ମଦ୍ୟପର ଗୁଳିମାଡ଼ରେ ଯୁବକ ଗୁରୁତର।କୁସୁମବାହାଲ ଗାଁରେ ବଚସା ପରେ ମଦ୍ୟପର ଗୁଳିମାଡ଼।ଗୁରୁତର ଯୁବକ ନବରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି।ଅଭିଯୋଗ ଅନୁସାରେ, ଏକମ୍ବାପଡା ଗାଁର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି ଲୋକଙ୍କ ସହ ଝଗଡା କରିଥିଲା । ଗାଁର ପାଣ୍ଡୁ ଯାନୀ ଓ ବନ୍ଧୁ ଯାନୀ ନାମକ ଦୁଇ ଯୁବକ ବୁଝା ସୁଝା କରି ବିଷମ ଶବରକୁ ତାଙ୍କ ଘରେ ଛାଡି ଦେଇ ଆସିଥିଲେ । ହେଲେ ରାତିରେ ପାଣ୍ଡୁ ଯାନୀ, ବନ୍ଧୁ ଯାନୀ ଓ ରାମ ଯାନୀ ତିନି ଜଣ ବାହାରେ କଥା ହେଉଥିବା ବେଳେ ବିଷମ ଶବର ହାତରେ ଏକ ବନ୍ଧୁକ ଆଣି ପଛ ପଟୁ ଗୁଳି ମାଡ଼ କରିଥିଲା । ତେବେ ପାଣ୍ଡୁର ଅଣ୍ଟା, ଓ ପିଠି ରେ ଗୁଳି ବାଜିବା ଫଳରେ ତଳେ ପଡି ଯାଇଥିଲା । ପାଣ୍ଡୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରୁଛି ।