ଆବଟ୍ ଓ ୱାଇଆର୍‌ଜିକେୟାର ପକ୍ଷରୁ ଭାରତରେ ଇନୋଭେଟିଭ ଆଉଟ୍‌ରିଚ ସେଂଟର ଉଦ୍‌ଘାଟିତ

Spread the love

ଭୁବନେଶ୍ୱର: ଆବଟ ଏବଂ ଏକ ଅଗ୍ରଣୀ ଅଣଲାଭକାରୀ ସଂସ୍ଥା ୱାୟାର୍‌ଜିକେୟାର ପକ୍ଷରୁ ଏଚ୍‌ଆଇଭିର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂତନ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ଏଚ୍‌ଆଇଭି କିମ୍ବା ଅନ୍ୟାନ୍ୟ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକରେ ସଂକ୍ରମିତ ହୋଇଥିବା କିମ୍ବା ଏଥିପ୍ରତି ଅତ୍ୟଧିକ ସମ୍ବେଦନଶୀଳ ଥିବା ଲୋକମାନଙ୍କ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା ୧ ବର୍ଷରେ ଉକ୍ତ ସହରଗୁଡିକରେ ୨୫୦୦ରୁ ଅଧିକ ଲୋକଙ୍କ ଜୀବନକୁ ପରିବର୍ତନ କରିବା ପାଇଁ ଲକ୍ଷ୍ୟ ରଖିଛି । ୱାଇଆର୍‌ଜିକେୟାର ୨୦୧୨ରେ ଦିଲ୍ଲୀରେ ଏଚ୍‌ଆଇଭି ପ୍ରତି ସମ୍ବେଦନଶୀଳ ଥିବା ଲୋକ, ବିଶେଷ କରି ପିଡବ୍ଲ୍ୟୁଆଇଡି (ଇଞ୍ଜେକ୍ସନ ମାଧ୍ୟମରେ ଡ୍ରଗ୍ସ ନେଉଥିବା ଲୋକ)ଙ୍କ ପାଇଁ ସହଯୋଗ ପ୍ରଦାନ କରିବା ଆରମ୍ଭ କରିଥିଲା, କାରଣ ଏଭଳି ଲୋକମାନଙ୍କ ମଧ୍ୟରେ ଏଚ୍‌ଆଇଭି, ହେପାଟାଇଟିସ୍ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗଗୁଡିକର ସଂଚାରଣ ଅଧିକ ରହିଥାଏ । ଏହି ଅଣଲାଭକାରୀ ସଂସ୍ଥା ଏଚ୍‌ଆଇଭି ଚିକିତ୍ସା ଜାରି ରଖିବାର ସୁବିଧା ନଥିବା ଲୋକମାନଙ୍କୁ ସହଯୋଗ କରିବା ପାଇଁ ୨୦୧୪ରେ ଆବଟ ସହ ସହଭାଗିତା କରିଥିଲା । ଦିଲ୍ଲୀର ଯମୁନା ନଗରରେ “ଦ ବ୍ଲୁ ସେଡ୍‌” ନାମକ ପ୍ରଥମ ସେଂଟର୍ ରହିଛି, ଯମୁନା ନଗର ହେଉଛି ଏହାର ବିଶାଳ ଜନସଂଖ୍ୟା ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣ ପାଇଁ ଏକ ହଟ୍‌ସ୍ପଟ୍ । ଏହି ନୂତନ ସେଂଟର୍ ଏଚ୍‌ଆଇଭି ଏବଂ ଅନ୍ୟାନ୍ୟ ଜଣାଶୁଣା କିମ୍ବା ନୂତନ ସଂକ୍ରାମକ ରୋଗଗୁଡିକରେ ପୀଡିତ କିମ୍ବା ଏଥିପ୍ରତି ସମ୍ବେଦନଶୀଳ ଲୋକମାନଙ୍କୁ ସାମଗ୍ରିକ ସହଯୋଗ ଦେବା ପାଇଁ ପରୀକ୍ଷଣ, ଚିକିତ୍ସା, ପରାମର୍ଶ ଓ ଅନ୍ୟାନ୍ୟ ସହଯୋଗ ସେବା ପ୍ରଦାନ କରିବ ।

ଏହି ଫ୍ୟାସିଲିଟିରେ ଅନ୍‌-ସାଇଟ୍ ଟେଷ୍ଟିଙ୍ଗ ପାଇଁ ଏକ ଲାବୋରେଟୋରୀ ରହିଛି ଯାହା ସଂକ୍ରମଣକୁ ଉତମ ଭାବେ ଟ୍ରାକ୍ କରିବାରେ ସାହାଯ୍ୟ କରିବା ପାଇଁ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକର ଚିହ୍ନଟ କରିବା ପାଇଁ ସକ୍ଷମ ହେବ । ଲୋକମାନେ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହ ପରାମର୍ଶ କରିପାରିବେ, ସାମାଜିକ ସେବା ଓ ନିୟମିତ ଆହାର ପାଇପାରିବେ ଓ ଗାଧୋଇବା ପାଇଁ ସ୍ୱଚ୍ଛ ସୁବିଧାଗୁଡିକୁ ଉପଯୋଗ କରିପାରିବେ । ପରୀକ୍ଷଣ ବ୍ୟତୀତ ଏହି ଫ୍ୟାସିଲିଟି ସରକାରଙ୍କ ଦ୍ୱାରା ପରିଚାଳିତ ଓଏସ୍‌ଟି (ଓପିଓଇଡ୍ ସବ୍‌ଷ୍ଟିଚ୍ୟୁଶନ ଥେରାପି) ଓ ଏଆର୍‌ଟି (ଆଂଟିରିଟ୍ରୋଭାଇରାଲ ଥେରାପି) ପାଇଁ ସଂଯୋଗ ପ୍ରଦାନ କରିବାରେ ସହଯୋଗ କରିବ ଏବଂ ଆବଶ୍ୟକ ପଡିଲେ ଟ୍ୟୁବରକ୍ୟୁଲୋସିସ୍‌ର ଚିକିତ୍ସା ମଧ୍ୟ ପ୍ରଦାନ କରିବ । ବର୍ତମାନ ୬୦୦ରୁ ଅଧିକ ଲୋକ ଏହି କ୍ଲିନିକରେ ପଞ୍ଜୀକରଣ କରାଇଛନ୍ତି ଏବଂ ଏହି ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ୱାଇଆର୍‌ଜିକେୟାର ଏଚ୍‌ଆଇଭି ଓ ଅନ୍ୟାନ୍ୟ ଯୌନ ସଂକ୍ରମଣ ରୋଗଗୁଡିକ ପ୍ରତି ସମ୍ବେଦନଶୀଳ ଥିବା ଯୁବପିଢିଙ୍କୁ ସେବା ପ୍ରଦାନ କରିବା ପାଇଁ ନିକଟରେ ମିଜୋରାମର ଆଇଜଲଠାରେ ଏକ କିଶୋର ସେଂଟର ଖୋଲିଛି । ଆବୋଟ୍ ପାନ୍‌ଡେମିକ ଡିଫେନ୍ସ କୋଆଲିଶନର ସହଯୋଗ ମାଧ୍ୟମରେ ପରୀକ୍ଷଣ ବ୍ୟତୀତ ଏହି ସେଂଟର୍ ଚିକିତ୍ସା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା , କାଉନ୍ସଲିଂ, ମାନସିକ ସ୍ୱାସ୍ଥ୍ୟ ସେବା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ପାଇଁ ପହଂଚ ପ୍ରଦାନ କରୁଛି । ୧୬୦୦ରୁ ଅଧିକ ଯୁବପିଢି ଏଠାରେ ପଞ୍ଜୀକରଣ କରାଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି ।

ଏସମ୍ପର୍କରେ ୱାଇଆର୍‌ଜିକେୟାରର ଅଧ୍ୟକ୍ଷ ସୁନୀଲ ସୋଲୋମନ କହିଛନ୍ତି, “ଆବଟ୍ ସହ ଏହି ସହଭାଗିତା ବିଦ୍ୟମାନ ମହାମାରୀଗୁଡିକୁ ଚିହ୍ନଟ କରିବା ଓ ତାହାକୁ ରୋକିବା କ୍ଷେତ୍ରରେ ଘରୋଇ-ସାର୍ବଜନିନ ସହଭାଗିତା ସୃଷ୍ଟି କରିପାରୁଥିବା ପ୍ରଭାବର ଏକ ପ୍ରମାଣ ଅଟେ । ସେଂଟରଗୁଡିକରେ ପରୀକ୍ଷଣ ସେବାର ବ୍ୟବସ୍ଥା ନୂଆ ଷ୍ଟ୍ରେନ୍ ଓ ନୂଆ ଚିକିତ୍ସା ପାଇଁ ଆବଶ୍ୟକତା ସମ୍ପର୍କରେ ସୂଚିତ କରିବାରେ ସାହାଯ୍ୟ କରିବ ।” ଆବଟ୍‌ର ଡାଇଗ୍ନୋଷ୍ଟିକ ବିଜ୍‌ନେସ୍‌ର ଇନ୍‌ଫେକ୍ସିୟସ ଡିଜିଜ୍ ରିସର୍ଚ୍ଚ ବିଭାଗର ମୁଖ୍ୟ ଡା. ଗାଭିନ୍ କ୍ଲୋହେର୍‌ଟି କହିଛନ୍ତି, “ଏହି ସେଂଟର୍‌ଗୁଡିକ ସଂସ୍ଥାଗୁଡିକର ଏକ ଆନ୍ତର୍ଜାତୀୟ ନେଟ୍‌ୱର୍କରେ ଯୋଗ ଦେଇଛନ୍ତି ଯାହା ଭାଇରାଲ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେଉଛି ଏବଂ ଆବଟ୍ ପାନ୍‌ଡେମିକ ଡିଫେକ୍ସ କୋଆଲିସନ ମାଧ୍ୟମରେ ପରବର୍ତୀ ମହାମାରୀକୁ ରୋକିବାରେ ସାହାଯ୍ୟ କରୁଛି । ଆମେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ୱାଇଆର୍‌ଜିକେୟାର ସହ ଆମର ଦୀର୍ଘ ଦିନର ସହଭାଗିତା ଜାରି ରଖି ଗର୍ବିତ ଅନୁଭବ କରୁଛୁ ।”

 


Spread the love

Leave A Reply

Your email address will not be published.