ଘୋଷଯାତ୍ରାରେ ଆଦାନୀ ଗ୍ରୁପର ପରିବେଶ ଅନୁକୂଳ ପ୍ରସାଦ ସେବା ବିତରଣ

Spread the love

ପୁରୀ, ୦୫.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରସାଦ ସେବା କେବଳ ସେବା ନୁହେଁ, ବରଂ ମହାପ୍ରଭୁଙ୍କୁ ସମର୍ପିତ ଏକ ଭକ୍ତିପୂତ ମହାର୍ଘ୍ୟ । ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ପରିବେଶ ସନ୍ତୁଳନକୁ ବଜାୟ ରଖି ନୀରବ ବିପ୍ଳବ ଭାବେ ଏହି ସହଭାଗିତା ୪ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରିବେଷଣ କରିବାରେ ସକ୍ଷମ ହୋଇପାରିଛି । ଜୁନ ମାସ ୨୭ ତାରିଖରୁ ପୁରୀ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଉକ୍ରଳୀୟ ପରମ୍ପରାରେ ଦେଖିବାକୁ ମିଳିଲା ଏକ ନୀରବ ବିପ୍ଳବ ।

ସେବା, କରୁଣା, ପରିବେଶ ସଚେତନତା ଏବଂ ଗୋଷ୍ଠୀ ସମୁଦାୟ ଆଧାରରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ସେବା ହିଁ ସାଧନା’ ଦ୍ୱାରା ଏହି ବିପ୍ଳବ ସମ୍ଭବ ହୋଇପାରିଛି ।  ଆଦାନୀ ଗ୍ରୁପ ଏବଂ ଇସ୍କନ ମଧ୍ୟରେ ସହଭାଗିତାରେ ଏହି ପ୍ରୟାସ ୯ ଦିନ ଧରି ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ୪ ନିୟୁତରୁ ଅଧିକ ସାତ୍ତ୍ୱିକ ଭୋଜନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।

ରଥଯାତ୍ରା ସମୟରେ ପରିବେଷଣ କରାଯାଉଥିବା ପ୍ରସାଦ ମିଲ୍ରେ ଭାତ, ରୁଟି, ଡାଲମା, ମିଠାରେ ୯୦୦ କ୍ୟାଲୋରୀ, ୨୦ ଗ୍ରାମ ପ୍ରୋଟିନ ସମ୍ପୂର୍ଣ୍ଣ ଶରୀର ଓ ଆତ୍ମାକୁ ତୃପ୍ତ କରିବା ପାଇଁ ଯଥେଷ୍ଟ ଥିଲା । ଗରମକୁ ପ୍ରତିହତ କରିବା ପାଇଁ ଫଳରସ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ବଣ୍ଟନ କରାଯାଇଥିଲା ।

ପୁଷ୍ଟିକର ଖାଦ୍ୟ ବ୍ୟତୀତ ଏହି ପ୍ରୟାସ ସାମୁହିକ ଯତ୍ନର ଭାବନାକୁ ପ୍ରକାଶ କରୁଛି । ଏହି ସେବାର ଅନ୍ୟ ଏକ ଦିଗ ହେଉଛି ପରିବେଶ ସଚେତନତା ଭିତ୍ତିକ ପ୍ରୟାସ । ଭାରତୀୟ ପରମ୍ପରାକୁ ବଜାୟ ରଖି ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ, ଆଦାନୀ ଗ୍ରୁପ ଏକକ-ବ୍ୟବହାର ପ୍ଲାଷ୍ଟିକ ଏବଂ ଥର୍ମୋକୁଲକୂ ଦୂର କରିଦେଇଛି । ଖାଦ୍ୟ ପରିବେଷଣ କରାଯାଉଥିବା ପ୍ଲାଷ୍ଟିକ ଓ ଥର୍ମୋକୁଲ ପ୍ଲେଟ୍‌କୁ ଜୈବ ବିଘଟନଶୀଳ ସାମଗ୍ରୀରେ ପରିବର୍ତ୍ତନ କରି ଆବର୍ଜନାମୟ ପରିବେଶକୁ ହ୍ରାସ କରିଛି । ଏହି ପଦକ୍ଷେପ ଦୀର୍ଘକାଳୀନ ପରିବେଶଗତ ବିପଦକୁ କମାଇବାରେ ସାହାଯ୍ୟ କରିଥାଏ । ଖାଦ୍ୟ ବିତରଣ ସ୍ଥଳରେ ବଡ଼ ବଡ଼ ପଲିଥିନ ବ୍ୟାଗ୍‌ର ବ୍ୟବହାର କରାଇବା ସ୍ୱଚ୍ଛତା ବଜାୟ ରଖିବା ଏବଂ ବର୍ଜ୍ୟ ପରିଚାଳନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ‘ଏହା କେବଳ ଭୋଜନ ନୁହେଁ- ମହାପ୍ରଭୁଙ୍କୁ ମହାର୍ଘ୍ୟ ଅର୍ପଣ’ ବୋଲି ଇସ୍କନର ଜଣେ ସ୍ୱେଚ୍ଛାସେବୀ କହିଛନ୍ତି ।

ଇସ୍କନ ରୋଷଶାଳାରେ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇ ସ୍ୱେଚ୍ଛାସେବୀଙ୍କ ପାଇଁ ଆପ୍ରନ, ଗ୍ଲୋଭ୍ସ, ଊର୍ଜା ଉପଯୋଗୀ ଉପକରଣ, ଜଳ ବଞ୍ଚାଇବା ଉପରେ ମଧ୍ୟ ଆଧୁନିକ ପ୍ରଣାଳୀ, ଖାଦ୍ୟରେ ପାରମ୍ପରିକ ମସଲା ଓ ଶୁଦ୍ଧ ଦେଶୀ ଘିଅର ବ୍ୟବହାର ଏକ ସାତ୍ତ୍ୱିକ ଭାବନାକୁ ପ୍ରତିପାଦନ କରିଛି । କେବଳ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏହି ନ ସେବା ସୀମିତ ନ ଥିବା ବେଳେ କାର୍ଯ୍ୟରତ ପୋଲିସ ବାହିନୀ, ସୁରକ୍ଷାକର୍ମୀ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀମାନଙ୍କୁ ସମ୍ମାନର ସହ ଖାଦ୍ୟ ପରିବେଷଣ କରୁଛି । ସ୍ୱଚ୍ଛ ରୋଷଶାଳା, ଶୂନ୍ୟ ପ୍ଲାଷ୍ଟିକ ଲଜିଷ୍ଟିକ, ବର୍ଜ୍ୟ ପରିଚାଳନା ଆଦି ବ୍ୟବସ୍ଥା ବର୍ଗରେ ସମସ୍ତ ପ୍ରଂଶସିତ ହୋଇପାରିଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଏହି ଉକ୍ରଳୀୟ ମହାନ ପର୍ବର ସମାପ୍ତି ହେବ ମାତ୍ର ସେବା ଓ ସମର୍ପଣର ଗଭୀର ଛାପ ଛାଡ଼ିଯାଇଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ କ୍ଷୁଧାକୁ ନୁହେଁ ବରଂ ଆତ୍ମାକୁ ଜିଣିବାରେ ସକ୍ଷମ ହୋଇପାରିଛି ।


Spread the love

Leave A Reply

Your email address will not be published.