ଓଡ଼ିଶା ନିର୍ବାଚନ: ଆଇଏଫ୍‌ଏସ୍ ବିନୟ ପ୍ରଧାନଙ୍କ ପରେ ଆଉ ଜଣେ ଦୁର୍ନୀତିଗ୍ରସ୍ତ ମହିଳା ଏପିଏସ୍‌ଙ୍କୁ ନେଇ ଚର୍ଚ୍ଚା

Spread the love

ଭୁବନେଶ୍ୱର, ୧୦ ମେ’ ୨୦୨୪: ଓଡିଶାର ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଅଭିଯାନରେ ସହଯୋଗ ଓ ପରିଚାଳନା କରୁଥିବା ଇଣ୍ଡିଆନ ଫରେନ ସର୍ଭିସେସ୍ (ଆଇଏଫ୍‌ଏସ୍‌) ଅଫିସର ବିନୟ ପ୍ରଧାନଙ୍କୁ ନେଇ ବିବାଦ ଥମିନଥିବା ବେଳେ ରାଜ୍ୟ ନିର୍ବାଚନରେ ଆଉ ଜଣେ ଦୁର୍ନୀତିଗ୍ରସ୍ତ ମହିଳା ଏପିଏସ୍ (ଆଡିସ୍‌ନାଲ ପର୍ସନାଲ ସେକ୍ରେଟାରୀ) ତୁଲିକା ସିଂହଙ୍କୁ ନେଇ ଚର୍ଚ୍ଚା ସରଗରମ ହୋଇଛି ।

ବିଜେଡି ସୂତ୍ରରୁ କୁହାଯାଇଛି ଯେ, ଏପିଏସ୍ ତୁଲିକା ସିଂହ ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ମାସ ହେବ ପ୍ରଚାର କାର୍ଯ୍ୟରେ ସହଯୋଗ କରିଛନ୍ତି ଏବଂ ମନ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜେଡି ସୂତ୍ର ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ, ନିର୍ବାଚନ ଆଚରଣ ବିଧିର ଏକ ସ୍ପଷ୍ଟ ଉଲ୍ଲଂଘନ, କାରଣ ଏହି ଏପିଏସ୍ ଜଣଙ୍କ ଭାରତ ସରକାରଙ୍କ କର୍ମଚାରୀ ଅଟନ୍ତି ଓ ତାଙ୍କର ସେବାକୁ ଜଣେ ମନ୍ତ୍ରୀ ଉପଯୋଗ କରିପାରିବେ ନାହିଁ । ଏନେଇ ଖୁବ୍‌ଶୀଘ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଏକ ଔପଚାରିକ ଅଭିଯୋଗ ଦାଖଲ କରାଯିବ ।

ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଏପିଏସ୍ ତୁଲିକା ସିଂହ କେବଳ କେନ୍ଦ୍ର ମନ୍ତ୍ରୀଙ୍କ ରାଜନୈତିକ ବ୍ୟାପାର ପରିଚାଳନା କରିବାରେ ନିଜ ବ୍ୟକ୍ତିଗତ କ୍ଷମତାକୁ ବ୍ୟବହାର କରୁନାହାନ୍ତି ବରଂ ନିଜସ୍ୱ ଲୋକ ସମ୍ପର୍କ (ପିଆର୍ ) ଓ ବ୍ରାଣ୍ଡିଙ୍ଗ ଏଜେନ୍ସିର ସେବାକୁ ମଧ୍ୟ ମନ୍ତ୍ରୀଙ୍କ ପ୍ରଚାର ଅଭିଯାନ ପାଇଁ ବ୍ୟବହାର କରୁଛନ୍ତି ଓ ତାଙ୍କର ସ୍ୱାମୀ ମଧ୍ୟ ତାଙ୍କ ସହ ଏଥିରେ ସହଯୋଗ କରୁଛନ୍ତି ।

ବିଜେଡିର ଏକ ପ୍ରମୁଖ ସୂତ୍ର ପକ୍ଷରୁ କୁହାଯାଇଛି ଯେ, ‘ଏହା କେବଳ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ନୁହେଁ ବରଂ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିର ପ୍ରସଙ୍ଗ ଅଟେ, କାରଣ ଆମେ ଜାଣିବାକୁ ପାଇଛୁ ଯେ, ତୁଲିକା ସିଂହଙ୍କ ପିଆର୍ ଏଜେନ୍ସିକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା କୋଟି କୋଟି ଟଙ୍କାର ଅନେକ ପିଆର୍ ଓ ସୋସିଆଲ ମିଡିଆ କଂଟ୍ରାକ୍ଟ ଦିଆଯାଇଛି । ଏହି ଏଜେନ୍ସି ମିଛ ଖବର ପ୍ରଚାର କରିବା ସହିତ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଓ ବିଜେଡିର ଅନ୍ୟ ପ୍ରମୁଖ ନେତାମାନଙ୍କ ପ୍ରତିଷ୍ଠାକୁ କ୍ଷତି ପହଂଚାଉଛି ଏବଂ ‘ଓଡିଆ ଅସ୍ମିତା’କୁ ମଳିନ କରୁଛି । ତେଣୁ ଆମେ ଏହି ଏଜେନ୍ସିର ଯାଂଚ କରିବା ପାଇଁ ଦାବି କରୁଛୁ ବୋଲି ବିଜେଡି ସୂତ୍ର ପକ୍ଷରୁ କୁହାଯାଇଛି ।’

ବିଜେଡି ସୂତ୍ରରୁ ଏହା ଦାବି କରାଯାଇଛି ଯେ, କାହିଁକି ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ମହିଳା ଅଫିସରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ନିୟୋଜିତ କରାଯାଇଛି ଏବଂ ଓଡିଶାର ଲୋକମାନଙ୍କ ଛବି ଓ ରାଜ୍ୟର ଛବିକୁ ଖରାପ କରିବା ପାଇଁ ବାହାରର ଏକ ଏଜେନ୍ସି ଦ୍ୱାରା ପ୍ରଚାର ଅଭିଯାନ ପରିଚାଳନା କରାଯାଉଛି, ସେ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଓଡିଶାର ଲୋକମାନଙ୍କ ନିକଟରେ ସ୍ପଷ୍ଟ କରିବା ଉଚିତ ।


Spread the love

Leave A Reply

Your email address will not be published.