ଏୟାରଟେଲ ପେମେଂଟ ବ୍ୟାଙ୍କ ଏବଂ ଏନପିସିଆଇ ଭାରତ ବିଲ୍‌ପେ ଲିମିଟେଡ ର ମିଳିତ ସହବନ୍ଧିତାରେ ଇଭି ୱାଲେଟ ରିଚାର୍ଜ ସୁବିଧା

Spread the love

ଭୁବନେଶ୍ୱର: ଏୟାରଟେଲ ପେମେଂଟ ବ୍ୟାଙ୍କ, ଏନପିସିଆଇ ଭାରତ ବିଲପେ ଲିମିଟେଡ ସହଭାଗୀତାରେ ଏୟାରଟେଲ ଥାଙ୍କ୍‌ସ ଆପରେ ଭାରତ କନେକ୍ଟ (ବିବିପିଏସ) ପ୍ଲାଟଫର୍ମ ଜରିଆରେ ଇଭି ୱାଲେଟ ରିଚାର୍ଜ ସୁବିଧା ପ୍ରଦାନ କରୁଛି । ବର୍ତମାନ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଗାଡ଼ି ମାଲିକମାନଙ୍କୁ ଚାର୍ଜିଙ୍କ ପେମେଂଟ ପାଇଁ ନିର୍ଦ୍ଧିଷ୍ଟ ଚାର୍ଜିଙ୍ଗ ପଏଂଟ ଅପରେଟର୍ସ(ସିପିଓ)ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୱାଲେଟ ବ୍ୟବହାର କରିବାକୁ ପଡ଼ୁଥିଲା । ଇଭି ରିଚାର୍ଜ କ୍ୟାଟେଗୋରୀ ଜରିଆରେ ଏୟାରଟେଲ ପେମେଂଟ ବ୍ୟାଙ୍କ ଗ୍ରାହକମାନଙ୍କୁ ଏୟାରଟେଲ ଥ୍ୟାଙ୍କସ ଆପ ଜରିଆରେ ସିଧାସଳଖ ସେମାନଙ୍କ ଇଭି ୱାଲେଟକୁ ଟପ ଅପ କରିବାକୁ ସକ୍ଷମ କରୁଛି ଏବଂ ପ୍ରକ୍ରିୟାକୁ ସରଳ, ଦ୍ରୁତ ଏବଂ ଇଂଟରଅପରେବଲ କରୁଛି ।

ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବିଜନେସ ଅପରେସନ୍ସ ପରିଚାଳନା ନିର୍ଦ୍ଦେଶକ, ଗଣେଶ ଅନନ୍ତନାରାୟଣ କହିଛନ୍ତି ଯେ, “ଏୟାରଟେଲ ପେମେଂଟ ବ୍ୟାଙ୍କରେ ଆମେ ଡିଜିଟାଲ ପ୍ରଥମ ସମାଧାନରେ ଅଗ୍ରଣୀ ରହିଛୁ, ଯାହା ଦୈନିକ ଗ୍ରାହକ ଅଭିଜ୍ଞତାକୁ ଉନ୍ନତ କରୁଛି । ଇଭି ୱାଲେଟ ରିଚାର୍ଜ ସହିତ ଆମେ ଭାରତର ବର୍ଦ୍ଧିତ ଇଭି ଇକୋସିଷ୍ଟମକୁ ସମର୍ଥନ କରୁଛୁ ଯେବେକି ଗ୍ରାହକଙ୍କୁ ସେମାନଙ୍କ ୱାଲେଟକୁ ରିଚାର୍ଜ କରିବା ପାଇଁ ଏକ ସରଳ, ଦ୍ରୁତ ଏବଂ ସୁରକ୍ଷିତ ଉପାୟ ପ୍ରଦାନ କରୁଛି ।”

ଏନପିସିଆଇ ଭାରତ ବିଲପେ ଲିମିଟେଡର ସିଇଓ ନୁପୁର ଚତୁର୍ବେଦୀ କହିଛନ୍ତିଯେ, “ଇଭି ୱାଲେଟ ରିଚାର୍ଜର ଶୁଭାରମ୍ଭ କରିବା ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କ ସହିତ ସହଭାଗୀତାକୁ ନେଇ ଆମେ ଆନନ୍ଦିତ , ଯାହା ଭାରତର ବର୍ଦ୍ଧିତ ଇଭି ଇକୋସିଷ୍ଟମକୁ ସମର୍ଥନ କରୁଛି । ଏହି କ୍ୟାଟାଗୋରୀ ସମଗ୍ର ପ୍ଲାଟଫର୍ମରେ ପେମେଂଟଗୁଡ଼ିକୁ ଇଂଟରଅପରେବଲ ଏବଂ ସହଜ କରି ଭାରତର ଇଭି ଗ୍ରହଣୀୟତାକୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।”

ଗ୍ରାହକଙ୍କୁ ସରଳ ଭାବେ ଆପ୍‌ରେ ଲଗଇନ କରିବାକୁ ହେବ, ପେ ବିଲ ଅଧୀନରେ ‘ରିଚାର୍ଜ ଇଭି’କୁ ଚୟନ କରିବେ, ନିଜର ପଞ୍ଜୀକୃତ ମୋବାଇଲ ନମ୍ବର ଏବଂ ରିଚାର୍ଜ ପରିମାଣ ପ୍ରଦାନ କରିବେ, କନଫର୍ମ କରି ଭାରତ କନେକ୍ଟ ସକ୍ଷମ ଆପ ଜରିଆରେ ସୁରକ୍ଷିତ ପେ କରିବେ ଏବଂ ରିଚାର୍ଜଟି ତୁରନ୍ତ ସେମାନଙ୍କ ୱାଲେଟରେ ପ୍ରତିଫଳିତ ହେବ । ଏହି ସୁବିଧା ସମସ୍ତ ଏୟାରଟେଲ ଥ୍ୟାଙ୍କସ ଆପ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଛି, ଯାହା ଇଭି ଚାର୍ଜିଙ୍ଗ ଫଣ୍ଡ ପାଇଁ ସୁବିଧାଜନକ, ସୁରକ୍ଷିତ ଏବଂ ତୁରନ୍ତ ପହଂଚ ସୁନିଶ୍ଚିତ କରୁଛି ।


Spread the love

Leave A Reply

Your email address will not be published.