ଏଆଇଏସଇସିଟିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରିସ୍ମା ଦାସଙ୍କ ଜୀବନରେ କିପରି ପରିବର୍ତନ ଆଣିଛି

Spread the love


ଭୁବନେଶ୍ୱର : ସଂକଳ୍ପ ଓ ସଫଳତାର ଏକ ହୃଦୟସ୍ପର୍ଶୀ କାହାଣୀରେ ଏନଏସଡିସି ଏବଂ ଏଏମ/ଏନଏସ ଇଣ୍ଡିଆ (ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆ)ର ମିଳିତ ସହଯୋଗରେ ଘରୋଇ ଡାଟା ଏଂଟ୍ରି ଅପରେଟର ପାଠ୍ୟକ୍ରମର ଚାକିରି ଭୂମିକାରେ ଆଇଏସଇସିଟିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନେକ ଆଶାୟୀ ବ୍ୟକ୍ତିଙ୍କ ପାଇଁ ଆଶାର କିରଣ ପାଲଟିଛି । ମାତ୍ର ୨୩ ବର୍ଷ ବୟସରେ କରିସ୍ମା ଏକ କଠିନ ବାସ୍ତବତାର ସମ୍ମୁଖୀନ ହୋଇଥିଲେ । ଓଡ଼ିଶାର କେନ୍ଦ୍ରାପଡ଼ାର ଏକ ଦୁର୍ଗମ ଗାଁ ଖରିନାସୀର ବାସିନ୍ଦା ସେ ଏକ ସାମାନ୍ୟ ପରିବାରରେ ବଡ଼ ହୋଇଛନ୍ତି ଯେଉଁଠାରେ ତାଙ୍କ ବାପା ଜଣେ କୃଷକ ଭାବରେ କାମ କରୁଥିଲେ ଏବଂ ତାଙ୍କ ମା’ ଘର ଚଳାଉଥିଲେ । ପଦାର୍ଥ ବିଜ୍ଞାନରେ ସ୍ନାତକ ଶେଷ କରିବା ସତ୍ୱେ କରିସ୍ମା ଏପରି ଏକ ଚାକିରି ପାଇବା ପାଇଁ ସଂଘର୍ଷ କରୁଥିଲେ ଯାହା କେବଳ ତାଙ୍କ ପରିବାରକୁ ଆର୍ଥôକ ସହାୟତା କରିବ ନାହିଁ ବରଂ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସହିତ ମଧ୍ୟ ମେଳ ଖାଇବ ।
୧୮ ଡିସେମ୍ବର ୨୦୨୩ ରୁ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଚାଲିଥିବା ଏହି ପାଠ୍ୟକ୍ରମରେ ଡାଟା ମ୍ୟାନେଜମେଂଟ, ଆଇଟି ଆପ୍ଲିକେସନ ଏବଂ ଯୋଗାଯୋଗ ଦକ୍ଷତା ଉପରେ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା କେବଳ ଏକ ଧାରାବାହିକ ଶିକ୍ଷା ଠାରୁ ଅଧିକ ଥିଲା; ଏହା ଥିଲା ଆତ୍ମ-ଆବିଷ୍କାର ଏବଂ ସଶକ୍ତୀକରଣର ଏକ ଯାତ୍ରା । ଏହାର ଫଳାଫଳ ଗଭୀର ଥିଲା । କାର୍ଯ୍ୟକ୍ରମ ଶେଷ ବେଳକୁ କରିସ୍ମା ମାସିକ ୧୧,୫୦୦ ଟଙ୍କା ଦରମାରେ ଭୁବନେଶ୍ୱରର ୱିପ୍ରୋରେ ପ୍ରୋସେସ୍ ଆସୋସିଏଟ୍ ଭାବେ ପଦବୀ ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ଆତ୍ମବିଶ୍ୱାସ ହାସଲ କରିଥିଲେ । ଏହି ଚାକିରି କେବଳ ତାଙ୍କ ପରିବାର ପାଇଁ ଆର୍ଥôକ ସ୍ଥିରତା ପ୍ରଦାନ କରିନଥିଲା ବରଂ ତାଙ୍କ ବୃତିଗତ ଜୀବନରେ ଏକ ନୂତନ ଅଧ୍ୟାୟ ମଧ୍ୟ ଆରମ୍ଭ କରିଥିଲା ।

କରିସ୍ମାଙ୍କ କାହାଣୀ ଏଆଇଏସଇସିଟିର ପଦକ୍ଷେପର ପ୍ରଭାବ ଏବଂ ଏନଏସଡିସି ଏବଂ ଏଏମ /ଏନଏସ ଇଣ୍ଡିଆର ଅତୁଟ ସମର୍ଥନର ଏକ ପ୍ରମାଣ । ନିଜର ପରିବର୍ତନଶୀଳ ଅନୁଭୂତି ବିଷୟରେ ସେ କହିଛନ୍ତି, “ଘରୋଇ ଡାଟା ଏଂଟ୍ରି ଅପରେଟର ପାଠ୍ୟକ୍ରମ କେବଳ ପ୍ରଶିକ୍ଷଣ ଠାରୁ ଅଧିକ ଥିଲା; ଏହା ଏକ ଲାଇଫ୍ ଲାଇନ୍ ଥିଲା । ଏହା ମୋତେ ମୋ ଜୀବନକୁ ବଦଳାଇବା ଏବଂ ମୋ ପରିବାରକୁ ସମର୍ଥନ କରିବାକୁ ଦକ୍ଷତା ଏବଂ ଆତ୍ମବିଶ୍ୱାସ ଦେଇଛି । ଏଆଇଏସଇସିଟି ପକ୍ଷରୁ ମିଳିଥିବା ସୁଯୋଗ ଓ ସମର୍ଥନ ପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ ।”


Spread the love

Leave A Reply

Your email address will not be published.