ଆଲେକଜାଣ୍ଡାରଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ
ଇଣ୍ଟରଭ୍ୟୁ ଟାଇମ୍ସ ଦ୍ଵାରା ସମ୍ମାନିତ କରାଯାଇଥିବା ଶ୍ରେଷ୍ଠ ୨୦ ଜଣ ବ୍ୟକ୍ତିତ୍ଵଙ୍କ ଭିତରେ ଆଲେକ୍ସ୍ ଅନ୍ୟତମ
ଭୁବନେଶ୍ଵର : ଯାଜପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟର ଅଗ୍ରଣୀ ପତ୍ରିକା “ଇଣ୍ଟରଭ୍ୟୁ ଟାଇମ୍ସ” ର ୧୩ ତମ ବାର୍ଷିକ ଉତ୍ସବ ଏବଂ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ମେ ଫେୟାର୍ ହୋଟେଲ୍ ରେ ଆୟୋଜିତ ହୋଇଯାଇଥିବା ଏକ କାର୍ଯ୍ୟକ୍ରମରେ ଇଂ ଆଲେକଜାଣ୍ଡାର ଦାସ ଙ୍କୁ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ଠାରୁ ଇଂ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ସୁପରିଚିତ ୨୦ ଜଣ ପ୍ରେରଣାଦାୟକ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଅତି କମ୍ ବୟସରୁ ଚାକିରୀ ପଛରେ ନ ଦୌଡ଼ି ଅନ୍ୟ ମାନଙ୍କ ନିମନ୍ତେ ଚାକିରୀ ସୃଷ୍ଟି କରିବା ନିମନ୍ତେ ତାଙ୍କର ଚିନ୍ତାଧାରା ତାଙ୍କୁ ସାହାଯ୍ୟ କରିଥିଲା କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ପରି ବିଶାଳ ମହାଦ୍ରୁମ ସୃଷ୍ଟି କରିବାରେ।
ବର୍ତ୍ତମାନ ସମୟରେ କେବଳ ଶିକ୍ଷା ନୁହେଁ ବରଂ ନିଜର ଭିନ୍ନ ପାଠ୍ୟ ଶୈଳୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଇନୋଭେସନ ଏଵଂ ଏଣ୍ଟରପ୍ରିନିୟରସିପ ପାଇଁ ପ୍ରୋତ୍ସାହିତ କରୁଥିବା ଏହି ଶିକ୍ଷାନୁଷ୍ଠାନ ସାରା ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାରେ ସମର୍ଥ ହୋଇପାରିଛି।କେବଳ ଶିକ୍ଷା ଦାନ ନୁହେଁ ପରିବେଶ ସୁରକ୍ଷା, ଇନୋଭେସନ ଓ ଉଦ୍ୟୋଗପତି ହେବା ପାଇଁ ତାଙ୍କର ଅବଦାନ ଗୁଡ଼ିକ ପ୍ରଶଂସନିୟ । ଟେକ୍ନୋଲୋଜି ର ବର୍ତ୍ତମାନ ସମୟରେ ଆବଶ୍ୟକତା ଥିଲା ବେଳେ ସ୍ପିରିଚୁଆଲ ଓ ଷଷ୍ଟେନବିଲିଟି ଉପରେ ତାଙ୍କର କାର୍ଯ୍ୟ ଅତ୍ୟନ୍ତ ଗ୍ରହଣୀୟ ଯାହା ପାଇଁ ଆଜି ସେ ସମ୍ମାନିତ |ଏହି କାର୍ଯ୍ୟକ୍ରମରେ ଯାଜପୁରର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ଡିଆରଡିଓ ର ଡିଜି ଡକ୍ଟର ବିକେ ଦାସ, ନ୍ୟାସନାଲ ମୋମେଣ୍ଟମ ଅଥୋରିଟୀ ଶ୍ରୀଯୁକ୍ତ କିଶୋର ବାସା, ଏମଜିଏମ ମିନେରାଲସ୍ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଙ୍କଜ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ପାରାଦ୍ଵୀପ ପୋର୍ଟ ଅଥୋରିଟୀ ଅଧ୍ୟକ୍ଷ ପିଏଲ୍ ହାଁସଦା, ୟୁସିସିଆଇ ର ପ୍ରମୁଖ ଡକ୍ଟର ପ୍ରବୋଧ ମହାନ୍ତି, ଫାଲକନ୍ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପାର୍ଥଜିତ୍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଇଂ ଦାସ ଏହି ସମ୍ମାନରେ ସମ୍ମାନିତ ହେବା ଖବର ପାଇବା ପରେ ବୁଦ୍ଧିଜୀବୀ,ତାଙ୍କର ଶୁଭେଛୁ,କେଜିଆଇ ର ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଭିଭାବକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।