ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ଡାଏଲ ୪୨୪୨ ସହଭାଗୀତାରେ ଡେଲିଭରି ଆସୋସିଏଟ୍ସଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ଏହି ପଦକ୍ଷେପ ନିରାପତା ବ୍ୟବସ୍ଥାକୁ ବଢ଼ାଉଛି ଏବଂ ଡେଲିଭରି ସହଯୋଗୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଛି । ଏହାବ୍ୟତୀତ ଆମାଜନ ୬ ମାସର ଏକ ବ୍ୟାପକ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ଡେଲିଭରି ସର୍ଭିସ ପାର୍ଟନର ଏବଂ ସେମାନଙ୍କର ଡେଲିଭରି ସହଯୋଗୀ, ଆଇ ହାଭ୍ ସ୍ପେସ୍ ଏବଂ ଫ୍ଲେକ୍ସ ପ୍ରୋଗ୍ରାମରେ ୫୦,୦୦୦ରୁ ଅଧିକ ସହଯୋଗୀ ଉପକୃତ ହୋଇଛନ୍ତି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଡେଲିଭରି ସହଯୋଗୀମାନଙ୍କୁ ଚକ୍ଷୁ ଏବଂ ଦାନ୍ତ ପରୀକ୍ଷା ସମେତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କର ବ୍ୟାପକ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ଜନିତ କଭରେଜ୍ ତଥା ମହିଳା ଡେଲିଭରୀ ସହଯୋଗୀମାନଙ୍କ ପାଇଁ ମାତୃତ୍ୱ ସୁରକ୍ଷା ବା ମ୍ୟାଟରନିଟି କଭର ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଆମ୍ବୁଲାନ୍ସ ସେବାଗୁଡ଼ିକ ରାସ୍ତାରେ ଥିବା ସମୟରେ ଡେଲିଭରି ସହଯୋଗୀଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ବଢ଼ାଇବା ପାଇଁ ଡିଜାଇନ୍ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ପଦକ୍ଷେପର ଆବଶ୍ୟକତାକୁ ଏହି ସେବା ସମ୍ବୋଧିତ କରୁଛି, ସଡ଼କ ଦୁର୍ଘଟଣା ପରେ ପ୍ରଥମ କିଛି ଗୁରୁତ୍ୱପୂର୍ଣ୍ଣ ସମୟରେ ଠିକ୍ ସମୟରେ ସହାୟତା ସୁନିଶ୍ଚିତ କରୁଛି ଏବଂ ଏହା ଡାଏଲ ୪୨୪୨ ର ପାନ୍ ଇଣ୍ଡିଆ ନେଟୱାର୍କରେ ଉପଲବ୍ଧ ହେବ । ନିକଟରେ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅଭିଯାନ ମଧ୍ୟ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟକୁ ପ୍ରୋତ୍ସାହିତ କରିବ, ଯାହା ଦ୍ୱାରା ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି ହେବ ଏବଂ ଡେଲିଭରି ସହଯୋଗୀମାନଙ୍କୁ ମାତୃତ୍ୱ ସହାୟତା ସମେତ ବୀମା ସୁବିଧା ବିଷୟରେ ଅବଗତ କରାଯିବ । ଆଗାମୀ ୬ ମାସ ମଧ୍ୟରେ ଆମାଜନ ବିଭିନ୍ନ ଜୋନ୍ର ବିଭିନ୍ନ ଡେଲିଭରି ଷ୍ଟେସନରେ ୫୦ରୁ ଅଧିକ ମାଗଣା ଚିକିତ୍ସା ଶିବିର ଆୟୋଜନ କରିବ, ଯେଉଁଥିରେ ମୁମ୍ବାଇ, ପୁଣେ ଏବଂ ବାଙ୍ଗାଲୋରରେ ୬ଟି ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ହଜାର ହଜାର ଡେଲିଭରି ସହଯୋଗୀ ଉପକୃତ ହୋଇଛନ୍ତି ।
ଏହି ପଦକ୍ଷେପ ସମ୍ପର୍କରେ ମତପ୍ରକାଶ କରି ଆମାଜନ୍ ଲଜିଷ୍ଟିକ୍ସ, ଇଣ୍ଡିଆର ଉପାଧ୍ୟକ୍ଷ ଡା. କରୁଣା ଶଙ୍କର ପାଣ୍ଡେ କହିଛନ୍ତି, “ଡାଏଲ୍ ୪୨୪୨ ସହଯୋଗରେ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମାଗଣା ଚିକିତ୍ସା ଶିବିର ଆୟୋଜନ କରି, ମ୍ୟାଟରନିଟି ସହାୟତା ସମେତ ବୀମା ସୁବିଧା ସମ୍ପର୍କରେ ସହଯୋଗୀମାନଙ୍କୁ ଶିକ୍ଷିତ କରି ଆମେ ଏକ ଦୃଢ଼ ସହାୟତା ବ୍ୟବସ୍ଥା ସୃଷ୍ଟି କରୁଛୁ ।” ସେହିଭଳି ଡାଏଲ୍ ୪୨୪୨ର ସହ-ପ୍ରତିଷ୍ଠାତା ଜିତେନ୍ଦ୍ର ଲାଲୱାନି କହିଛନ୍ତି, “ସାରା ଭାରତରେ ଡେଲିଭରି ସହଯୋଗୀମାନଙ୍କୁ ଆମର ଦ୍ରୁତ ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ପାଇଁ ଆମାଜନ ଇଣ୍ଡିଆ ସହ ସହଭାଗୀତା କରି ଆମେ ଆନନ୍ଦିତ । ଏହି ସହଯୋଗ ଠିକ୍ ସମୟରେ ଚିକିତ୍ସା ସହାୟତା ପ୍ରଦାନ କରି ଡେଲିଭରୀ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।”
ଡେଲିଭରି ସହଯୋଗୀମାନେ ସେମାନଙ୍କ ଆପରେ ଗୋଟିଏ କ୍ଲିକ୍ କରି ଆମ୍ବୁଲାନ୍ସ ସେବା ଉପଲବ୍ଧ କରିପାରିବେ, ଯାହା ତୁରନ୍ତ ସେମାନଙ୍କୁ ଡାଏଲ୍ ୪୨୪୨ ସହିତ ଜଡ଼ିତ ଲାଷ୍ଟ ମାଇଲ୍ ଜରୁରୀକାଳୀନ ଦଳ ଏବଂ ଏଲଏମଇଟି ସହ ସଂଯୋଗ କରିଥାଏ । ଏହା ଏକ ବିନା ଶୁଳ୍କ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଯେଉଁଥିରେ ସର୍ବନିମ୍ନ ସମୟ ମଧ୍ୟରେ ଏକ ଉତ୍ସର୍ଗୀକୃତ ହଟ୍ ଲାଇନ ଘଟଣା ରିପୋର୍ଟଗୁଡ଼ିକୁ ୍ ପ୍ରୋସେସିଂ କରେ ଏବଂ ବେସିକ୍ ଏବଂ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ବିକଳ୍ପ ସମେତ ନିକଟତମ ଉପଲବ୍ଧ ଆମ୍ବୁଲାନ୍ସକୁ ନିୟୋଜିତ କରେ । ସବସ୍କ୍ରିପ୍ସନ ଖର୍ଚ୍ଚ ବ୍ୟତୀତ ପ୍ରକୃତ ଆମ୍ବୁଲାନ୍ସ ବ୍ୟବହାର ଖର୍ଚ୍ଚ ଆମାଜନ ବହନ କରିବ । ଆମାଜନର ନୂତନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅଭିଯାନ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ଶୀଘ୍ର ଚିହ୍ନଟ, ଦୀର୍ଘକାଳୀନ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏବଂ ବୀମା ଲାଭ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରେ । ଏହି କାର୍ଯ୍ୟକ୍ରମରେ ଇ-କାର୍ଡ ବଂଟନ, ସୁପରଭାଇଜରଙ୍କ ନେତୃତ୍ୱାଧୀନ ସଚେତନତା ଅଧିବେଶନ ଏବଂ ଆଗକୁ ବଢ଼ିବାର ଯୋଜନା ସହିତ ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ଚଣ୍ଡିଗଡ଼ ଏବଂ ଜୟପୁର ଭଳି ସହରରେ ଆଗାମୀ ଚିକିତ୍ସା ଶିବିର ମଧ୍ୟ ରହିଛି ।